STORYMIRROR

Ram Prasad Bisoi

Inspirational Abstract

2  

Ram Prasad Bisoi

Inspirational Abstract

ହଜିଲା ଜହ୍ନ ଅତୀତର

ହଜିଲା ଜହ୍ନ ଅତୀତର

1 min
13.9K


ଅହେତୁକ ଭଲ ପାଇବା ଅଭ୍ୟାସରେ ପରିଣତ ହୋଇଯାଏ

ତା ନାମେ ବନିଯାଏ

ପ୍ରାଣ ଯନ୍ତ୍ରଣାକ୍ଲିଷ୍ଟ

ମରୀଚିକା 

ଦେଉଥିବା ଆଞ୍ଜୁଳାଏ ପାଣିରେ ଭିଜି ପାରେନି 

ବହୁ ଦିନରୁ ଶୁଖିଲା ପଡିଥିବା 

ମାଟି,

ଅମବାସ୍ୟାର ରାତ୍ରିର ସାନ୍ଧ୍ରତା ଭିତରୁ ଓହ୍ଲାଇ ଆସନ୍ତି 

ଅଶରୀର ମାନେ

ସାଜି 

ହଜିଲା ଜହ୍ନ ଅତୀତର----!

ଆପଣାର ବୋଲାଇ 

ହେଉଥିବା ମଣିଷ 

ଆଲୋକିତ କରିଚାଲେ

ଘର ଅଗଣା

ବାଣ ରୋଷଣୀରେ କରେ ବିକଟ ଶବ୍ଦ 

କହି ଚାଲେ

ଫେରିଯାଅ ପିତୃପୁରୁଷ ଗଣ 

ନାହିଁ ,

ତୁମ ସ୍ଥାନ 

ଗଢି ଛାଡି ଚାଲି ଯାଇଥିବା ପୃଥିବୀରେ,

ଦେଉଛି, 

ଦୀପ ବଳି ଫେରିଯିବା ପଥେ

ତୁମେ ଯେ 

ହଜିଲା ଜହ୍ନ ଅତୀତର--------!!

©®କାଶ୍ୟପ

ରାୟଗଡା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational