STORYMIRROR

ତାରାପ୍ରସାଦ ଜେନା

Romance

3  

ତାରାପ୍ରସାଦ ଜେନା

Romance

ହଜାରେ ଆଖିର ପହରା ଆଡ଼େଇ ତୁମକୁ ଆଣିଛି କାଢ଼ି

ହଜାରେ ଆଖିର ପହରା ଆଡ଼େଇ ତୁମକୁ ଆଣିଛି କାଢ଼ି

1 min
29


ହଜାରେ ଆଖିର ପହରା ଆଡ଼େଇ

ତୁମକୁ ଆଣିଛି କାଢ଼ି,

ମୋ ମନ ବଗିଚା ଫୁଲର ସହରେ

ତୁମେ ଯେ ସୁନ୍ଦରୀ କଢ଼ି

..........ହଜାରେ ଆଖିର ପହରା ଆଡ଼େଇ

            ତୁମକୁ ଆଣିଛି କାଢ଼ି ! ୦ !


ଭାବର ମଳୟେ ଦୋହଲି ଯାଉଛ

ସହଜେ ମୁରୁକି ହସି

ସରମ ଏମିତି ଛାଟୁଛ ସତରେ

ପାଖରୁ ଦୂରକୁ ଖସି,

ଘଟିଆ ଓଠରେ ରଙ୍ଗିନ୍ କାହାଣୀ

ଅକୁହା ହେଉଛି ପଢ଼ି

..........ହଜାରେ ଆଖିର ପହରା ଆଡ଼େଇ

            ତୁମକୁ ଆଣିଛି କାଢ଼ି ! ୧ !


କୁହୁକ ପରୀର ମର୍ଯ୍ୟାଦା ଭିତରେ

ତୁମକୁ ସଜାଇ ପୁଣି

ଆଶାର ତାରକା କୁସୁମ ତୋଳାରେ

ସୌଭାଗ୍ୟ ପାରିଛି ମଣି,

ପୂର୍ଣ୍ଣିମା ଜହ୍ନକୁ ତୁମେ ତ ସାଜିଛ

ଉଜାଣି ନଈର ବଢ଼ି

..........ହଜାରେ ଆଖିର ପହରା ଆଡ଼େଇ

            ତୁମକୁ ଆଣିଛି କାଢ଼ି ! ୨ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance