STORYMIRROR

Bidyadhar Mantry

Abstract Classics Inspirational

3  

Bidyadhar Mantry

Abstract Classics Inspirational

ହିତା ଦୁହିତା

ହିତା ଦୁହିତା

2 mins
186


ନାରୀର ପରିଭାଷା ଅବଳା ଓ ଦୁର୍ବଳା

ନିହାତି ପୁରୁଣା କଥା

କବିର କାବ୍ୟ କବିତାରେ ଲିପିବଦ୍ଧ

ଦୁର୍ବଳ ମାନସିକତା

ଯଦିଓ କନ୍ୟା ସନ୍ତାନ ଜନ୍ମ ହେଉଥିଲା

ଖୁସି ଲହରୀ ନ ଥିଲା

ବୋଝ ଆଉ ସମସ୍ୟାର ଆଖ୍ୟା ଆଢ଼ୁଆଳେ 

କନ୍ୟା ବଞ୍ଚି ରହୁଥିଲା

କୁସ୍ଚିତ ଚିନ୍ତାଧାରା ଘରେ ଓ ସମାଜରେ

କନ୍ୟା ପର ଘର ଯିବ

"ଝିଅ ଜନମ ପର ଘରକୁ" ସମାଜର

ସଂକୀର୍ଣ୍ଣତା ମନୋଭାବ


ଚିନ୍ତାଧାରା ଓ ମାନସିକତାରେ ବିକାଶ

ଆଧୁନିକ ସମାଜରେ

ରାଜ ଗାଦି ଓ ରାଜ ଉଆସ ନ ଥାଇ ବି

କନ୍ୟା ରହୁଛି ସୁଖରେ

ବାପାଙ୍କର "ପରୀ " "କନ୍ୟା ରତ୍ନ"ର ମାନ୍ୟତା

କନ୍ୟାର ଖୁସିରେ ହସ

ଅଭାବରେ ବି କନ୍ୟାର ଚାହିଦା ପୂରଣ

ଅଧିକ ଖୁସି ପ୍ରୟାସ

"କନ୍ୟା"କୁ 'ମା' ର ଆସନ, ଡାକରେ ପୁଣି "ମା"

ସ୍ଵତଃ ପ୍ରବୃତ୍ତଃ ଭାବ

କନ୍ୟା ହିଁ ' ମାଆ' ର ମୂର୍ତ୍ତିମନ୍ତ, ସ୍ନେହ ଲୋଭୀ

ଘର ର ଗର୍ବ ଗୌରବ

ଚାଲି ଶିଖିବା ପୂର୍ବରୁ ସତେ କି "କଣ୍ଢେଇ"

ହାବ ଭାବ କୌତୁକିଆ

କଥା କହିବା ସହିତ କୋମଳ ଡାକରେ 

ଉଲ୍ଲସିତ ହୁଏ ହିଆ

ବାହାରେ ରହି ଘରକୁ ଆସୁ ଆସୁ

କୁନି କୁଣ୍ଢେଇକୁ ଖୋଜା

ତାହାର ଗୁଲୁରୁ ଗାଲୁରୁ କଥା ଶୁଣି

ଲାଗେ ଖୁସି ଆଉ ମଜା

ବୟସ ବଢିଲେ କନ୍ୟା ଘରର ସୁକନ୍ୟା

କେତେ ଅଳି ଓ ଅର୍ଦ୍ଦଳି

ସାଜ ସଜ୍ଜା ସରଞ୍ଜାମ ଘରେ ହୁଏ ବୃଦ୍ଧି

ପୁଣି ସାଙ୍ଗ ସାଥୀ ମେଳି

ଶିକ୍ଷା ,ସଂସ୍କାର ଓ ସାମାଜିକ ଚଳଣି

ପରିବର୍ତ୍ତନ ହୋଇଛି 

କନ୍ୟା ସନ୍ତାନର ମାନ୍ୟତା କନ୍ୟା ରତନ

ଘରକୁ ଲକ୍ଷ୍ମୀ ଆସିଛି

ପରୀ ର ଅର୍ଦ୍ଦଳି ନିହାତି ବାପାଙ୍କ ପାଖରେ

ଅଭିଯୋଗ ମାଆ ଗାଳି

ବାପା ପରା ସବୁବେଳେ ପରୀ ସପକ୍ଷରେ

ବାପାଙ୍କର ଅତି ଗେହ୍ଲି 

ଘରର କିଛି କାମରେ ସହଯୋଗ ନାହିଁ

ଖାଲି ଖେଳ ଆଉ ଖେଳ

ମା ' ମୁହଁରେ ପରୀ କଥା , ନ ଶୁଭିଲା ପରି

ପରୀ ସପକ୍ଷରେ ତାଳ 

ପରୀ ରାଇଜର ପରୀ,ପରେ ଅନ୍ୟ ଚିନ୍ତା

କଥାବାର୍ତ୍ତା ସଂଯମତା 

ଆଗ ପରି ବାପାଙ୍କର କୋଳକୁ ବାରଣ

ମାଆ ସହ ଖୋଲା କଥା 

ସାମାଜିକ ଚଳଣି ସହିତ ସଚେତନ

କନ୍ୟା ମନରେ ଚିନ୍ତା

ଦୁଇ କୂଳକୁ ହିତା କିମ୍ପାଇ ରହିଅଛି

ଦୁହିତା ସର୍ବଦା ହିତା 


ନାରୀ ଅବଳା ଦୁର୍ବଳା ,ଏକ ପୁରୁଣା ବ୍ୟାଖ୍ୟା  କବିର ଦୁର୍ବଳ ଭାଷା

ପ୍ରତି କ୍ଷେତ୍ରରେ ନାରୀ ଜାଗରଣର ଚିତ୍ର

ଆତ୍ମନିର୍ଭର ହିଁ ଆଶା

ସାଂସାରିକ ବନ୍ଧନରେ ଆବଦ୍ଧ ସହିତ

ଏକ ଭିନ୍ନ ପରିବେଶ

ଜୀବନର ଗତିପଥ ବଦଳି ଯାଉଛି

ଦେଖି ନୂଆ ସମାବେଶ

ଗତ ଦିନର "ରେବତୀ"ଆଜିର "ରବୋଟ"

ପ୍ରତି କ୍ଷେତ୍ରରେ ଆଗୁଆ

ଅନ୍ୟ କୁଳ ହିତ କଥା ଯଦିଓ ନିଶ୍ଚିତ

ଆଗ ନିଜ ଗୋଡେ ଠିଆ

ଲାଭ ନାହିଁ,ଅପାତ୍ରରେ କରି କନ୍ୟା ଦାନ

ପରେ ଜୀବନ ବିପନ୍ନ

ଅନ୍ୟ କୁଳ ହିତ ନିମନ୍ତେ କନ୍ୟାକୁ ବଳୀ 

ଏକ ମୁର୍ଖ ବିଚାରଣ 

ବାପାର ପରୀ, ପରୀ ପରି ରହୁ ସର୍ବଦା

ହସୁ ଘର ଓ ଅଗଣା

ବଗିଚାରେ ଫୁଲ ,ବଗିଚା ସୁନ୍ଦର ହେଉ

କନ୍ୟା ନ ହେଉ ଅନନ୍ୟା ।



Rate this content
Log in

Similar oriya poem from Abstract