ହିରୋ
ହିରୋ
ସେ ହିରୋ
ଯିଏ ଅନୁକରଣୀୟ
ଭିଡ ଭିତରେ ଅତୁଳନୀୟ
ହୃଦୟଟା ଅତି ନମନୀୟ
ବ୍ୟକ୍ତିତ୍ବଟି ପୁରା ଲୋଭନୀୟ।
ଆବଗିକ ଭରା ଯା'ର ଚାହାଣୀ
ବଦଳାଇ ପାରେ ଯେ ପୁରା କାହାଣୀ
ହିମାଳୟ ପରି ଆତ୍ମବିଶ୍ବାସ
କରୁଣାର ଗୋଟେ ବଡ଼ ଉଚ୍ଛ୍ବାସ
ନବ ଉନ୍ମେଷ ର ଚିର ଉଲ୍ଲାସ।
ସେ ଫୁଲ ଭିତର ଗାଢ୍ ମହକ
ମିଛଦୁନିଆର ସତ ସମ୍ପର୍କ
ପର ଦୁଃଖରେ ସଦା ବିଗଳିତ
ଶୁଖିଲା ଓଠର ଓଦା ସଙ୍ଗାତ ।
ସେ ଏକା ମାଧିଆ ବାଇଶି ପଳ
ଶୁଷ୍କ ମାଟିରେ ଅଦିନିଆ ଜଳ ।
ପ୍ରେମ ଯା'ର ଏକମାତ୍ର ଦୁର୍ବଳତା
ସେ ଅଲିଭା ଦୀପ ପୁଣି , ଅକୁହା ସଳିତା ।