STORYMIRROR

Sunanda Mohanty

Classics Thriller Others

4  

Sunanda Mohanty

Classics Thriller Others

ହେରାପଞ୍ଚମୀଦିନ

ହେରାପଞ୍ଚମୀଦିନ

1 min
12


ସଂସାର ଭିତରେ ଘର କରିଥିଲେ
ରାଗ ରୁଷା ଅଭିମାନ ଅଛଇ ରହି
ହେରାପଞ୍ଚମୀରେ ପଞ୍ଚମ ହୋଇ 
ରଥକାଷ୍ଠ ମାତା ଭାଙ୍ଗନ୍ତି ଯାଇ 
ଦେଖାଇବାକୁ ସଂସାର ଏହି 
ଦାମ୍ପତ୍ୟ କଳହ ଭଲ ଲାଗଇ 
କଳହ ନଥିଲେ ସୁଖ କି ଥାଇ 
ପ୍ରେମ ଫଗୁଣରେ ପରାଗ ହୋଇ 
ସଂସାରକୁ ବାର୍ତ୍ତା ଦିଅନ୍ତି ଲଷ୍ମୀମାଇ 
ପୁରୁଷ ଓ଼ ନାରୀ ସଂସାର ମୁଦ୍ରାର
 ଦୁଇ ପାର୍ଶ୍ୱ ବୋଲାଇ 
ଅଭିମାନେ ସ୍ତ୍ରୀ ଋଷି ବସଇ 
ଜଗନ୍ନାଥ ରସଗୋଲା ଆଣି ଆସିବେ ସାଇଁ 
ବାଟ ଛାଡ଼ିବେ ମାଆ ରାଗରୋଷ ଭୁଲିଯାଇ 
ଏହି ମଧୁର ବାର୍ତ୍ତା ଜଗତଠାକୁରାଣୀ ଦେଇ 
ବୋଲନ୍ତି ଅଭିମାନ ବୁଝ ପୁରୁଷ ତୁହି 
ନନେଲେ ସଙ୍ଗେ ପରାଭାବ ପାଇ 
ଯାଇଛ ଯଦି ଭାଇ ଭଉଣୀ ନେଇ 
କେମିତି ଫେରିବ ଦେଖିବି ମୁହିଁ 
ଏମିତି କହି ଋଷି ଠାକୁରାଣୀ ଲଷ୍ମୀମାଇ 
 ସ୍ତ୍ରୀକୁ ମିଳୁ ନ୍ୟାୟ ସଭିଙ୍କ ମଧ୍ୟରେ ରହି 
ଅଧିକାର ଅଛି ସ୍ୱାମୀଙ୍କୁ କହି 
ବୁଲେଇ ନେବାର ବାହାନା ଏହି 
ମଣିଷର ଚଳଣି ନେଇ ଠାକୁରାଣୀ 
ହେରାପଞ୍ଚମୀରେ କାଷ୍ଠ ଭାଙ୍ଗିବା ପାଇଁ
ଗୁପତରେ ରଥ କାଠ ଭାଙ୍ଗି ମହାମାୟୀ
କି ଲୀଳା ଖେଳା କର ଗୋସେଇଁ 
ଦୁଃଖ ସୁଖ ଭୁଲି ଭକ୍ତ ଦେଖଇ ନିଠେଇ
ବରଷକେ ଥରେ ରଥପରେ ସୁନାବେଶ ହୋଇ
ଲଷ୍ମମାଆ ହାତ ଧରି ଦେଉଳକୁ ଯିବେ ସାଇଁ
ରସଗୋଲା ଝୁଲା କାନ୍ଧରେ ନେଇ
ଜଗନ୍ନାଥ ରହିଛନ୍ତି ଚାହିଁ 
ଘରଣୀ ଖୋଲିବେ କବାଟ ଫାଙ୍କରେ ଚାହିଁ
ବାଇ ଠାକୁରାଣୀ ରସଗୋଲା ଦେଖି 
ଅଭିମାନ ତେଜି ଦ୍ୱାର ଖୋଲିଦେବଇଁ
,,,,,,,,,,,


Rate this content
Log in

Similar oriya poem from Classics