STORYMIRROR

Bidyadhar Mantry

Abstract Classics Others

4  

Bidyadhar Mantry

Abstract Classics Others

ହେରା ପଞ୍ଚମୀର ଧାରେ

ହେରା ପଞ୍ଚମୀର ଧାରେ

1 min
9

  

ମହାଲକ୍ଷ୍ମୀଙ୍କର ବିଶେଷ ଭୂମିକା

ପ୍ରାୟ ପର୍ବ ପର୍ବାଣୀରେ

କିନ୍ତୁ ରଥ ଯାତ୍ରାରେ ଅବହେଳିତ

ଅନୁମେୟ ସହଜରେ

ହେରା ପଞ୍ଚମୀ ଏକ ପ୍ରତୀକ ରୂପେ

କଳହ ଓ ଅଭିମାନ

ଦାମ୍ପତ୍ୟ ଜୀବନ ମାନ ଭଞ୍ଜନ ର

ନିଛକ ଉଦାହରଣ


ଜ୍ୟେଷ୍ଠ ଏକାଦଶୀ ତିଥିରେ ବିବାହ

ଉତ୍ସବ ହୁଏ ପାଳିତ

ଲକ୍ଷ୍ମୀ ସ୍ୱରୂପା ରୁକ୍ମିଣୀଙ୍କ ସାଥିରେ

ବିଧି ବିଧାନ ସହିତ

ଦ୍ଵାଦଶୀ ରେ ଯମେଶ୍ୱର ଭ୍ରମଣରେ

ଲକ୍ଷ୍ମୀ ମଦନ ମୋହନ

ପୁଣି ହୋମ ବିଧି ଚତୁର୍ଦ୍ଦଶୀ ଦିନ

ହୋଇଥାଏ ଆୟୋଜନ

ବିବାହ ପୂର୍ଣ୍ଣାଙ୍ଗ ହୋଇବା ପୂର୍ବରୁ

ସ୍ନାନ ପୂର୍ଣ୍ଣିମା ତିଥିରେ

ସୁନା କୂଅ ପାଣି ସ୍ନାନ କରି ପ୍ରଭୁ

ପୀଡିତ ଥାନ୍ତି ଜ୍ବରରେ


ଅନ୍ୟ ଅର୍ଥେ ରୁକ୍ମିଣୀ ହରଣ ପରେ

ବିବାହ କାର୍ଯ୍ୟ ସତ୍ତ୍ୱରେ

ଲକ୍ଷ୍ମୀ ରୂପୀ ରୁକ୍ମିଣୀଙ୍କ ଅଙ୍ଗବାସ 

ବିବାହ ଗଇଣ୍ଠାଳ ରେ

ବିବାହର ଗଇଣ୍ଠାଳ ନ ଫିଟୁଣୁ 

ସ୍ନାନ ପୂର୍ଣ୍ଣମୀ ତିଥିରେ

ଦେବ ସ୍ନାନ ବିଧି ଲାଗି ଶ୍ରୀଜୀଉଙ୍କ

ସ୍ଥିତି ସ୍ନାନ ମଣ୍ଡପରେ

ଅତ୍ୟଧିକ ସ୍ନାନ ପରେ ଅଙ୍ଗେ ଜ୍ଵର

ରହଣୀ ଅନବସରେ

ଯଥା ବିଧି ଉପଚାର ସହ କ୍ରମେ

ସୁସ୍ଥତା ବି ଶ୍ରୀଅଙ୍ଗରେ

ନବ ଯୌବନ ଓ ନେତ୍ର ଉତ୍ସବର

ଆୟୋଜନ ପରେ ପରେ 

ଘୋଷ ଯାତ୍ରା ପାଇଁ ପଥ ବି ପ୍ରସ୍ତୁତ

ଖୁସି ହର୍ଷ ଉଲ୍ଲାସରେ

ପଥ ଧାରେ ତିନି ରଥ ଯେବେ ଠିଆ

ସ୍ମୃତି ହୁଏ ଉଜ୍ଜୀବିତ

ଜନ୍ମ ବେଦୀ ବୁଲି ଯିବା ପାଇଁ

ପ୍ରଭୁ ଆପେ ଉତ୍ସାହିତ


ଘରର ଘରଣୀ ଲକ୍ଷ୍ମୀ ଠାକୁରାଣୀ

ନବ ବିବାହିତା ପୁଣି

ଭାଇ ଭଉଣୀକୁ ସାଥେ ନେଇ ପ୍ରଭୁ

ଭୁଲିଲେ ନିଜ ଘରଣୀ

ବିରହ ବେଦନା ସହି ପାଞ୍ଚ ଦିନ

ପ୍ରଭୁଙ୍କର ସନ୍ଧାନରେ

ମା ବିମଳାଙ୍କୁ ନିଜର ମନ କଥା

ଲକ୍ଷ୍ମୀ କହିଲେ ଦୁଃଖରେ

ମା ବିମଳାଙ୍କ ପ୍ରଦତ୍ତ ମୋହ ଚୂର୍ଣ୍ଣ 

ମାତା ଧରି ନିଜ ହାତେ

ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା

ପ୍ରଭୁଙ୍କ ଦର୍ଶନ ଅର୍ଥେ

ଏକାନ୍ତ ଦର୍ଶନ ଅସମ୍ଭବ ଜାଣି

ନିକ୍ଷେପି ସେ ମୋହ ଚୂର୍ଣ୍ଣ

ଲେଉଟାଣି ବେଳେ ଦେଖି ନନ୍ଦିଘୋଷ

ରଥ କାଠ କଲେ କ୍ଷୁର୍ଣ୍ଣ


ହେରା ପଞ୍ଚମୀରେ ରଥ ଭାଙ୍ଗି ଥାନ୍ତି

ତଥାପି ପ୍ରଭୁଙ୍କ ଚିନ୍ତା

ଫେରିବା ପଥକୁ ଚାହିଁ ରହିଥାନ୍ତି

ସିନ୍ଧୁ ସୁତା ଲକ୍ଷ୍ମୀ ମାତା

ପରମ୍ପରା ଆଧାରରେ ଏ ବିଧାନ

ହେରା ପଞ୍ଚମୀ ନାମରେ

ପାଳନ ହେଉଛି ବିଧି ବିଧାନ ରେ 

ରଥ ଯାତ୍ରା ଅବସରେ

ଦାମ୍ପତ୍ୟ ଜୀବନେ ପ୍ରାୟତଃ କଳହ

ପୁଣି ମାନ ଅଭିମାନ

ହେରା ପଞ୍ଚମୀର ବିଧାନ ରୁ ଶିକ୍ଷା

ସହଜରେ ଅନୁମାନ

ଘରଣୀ ନ ଜାଣି ଘର ଲୋକ ପ୍ରତି

ଅନୁକମ୍ପା ସହାୟତା 

ରଥ କାଠ ଭଙ୍ଗା ହେଲା ପରି ପ୍ରାୟ

ଘରଣୀ କରେ ଅବସ୍ଥା

ଧନ୍ୟ ମହାପ୍ରଭୁ ଧନ୍ୟ ତୁମ ଲୀଳା

ହେରା ପଞ୍ଚମୀର ଧାରେ

ଘରଣୀ ଗୁପ୍ତରେ ଖବର ରଖୁଛି

ଘର କର୍ତ୍ତା ଯାହା କରେ !!


Rate this content
Log in

Similar oriya poem from Abstract