STORYMIRROR

Niranjan Mishra

Inspirational

4  

Niranjan Mishra

Inspirational

ହେରା ପଞ୍ଚମୀ

ହେରା ପଞ୍ଚମୀ

2 mins
311


ରଥଯାତରାରେ ପ୍ରଭୁ ଜଗନ୍ନାଥ

ଭାଇ ଭଉଣୀ ସହିତ ।

ଜନମ ବେଦୀକୁ ଚଳିଲେ ତାଙ୍କର

ପାବନ ହେଲେ ପତିତ ।


ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଲେ ନାହିଁ ବୋଲି

ମହାଲକ୍ଷ୍ମୀ ରୁଷ୍ଟା ହେଲେ ।

ଶ୍ରୀକ୍ଷେତ୍ର ରାଜେଶ୍ୱରୀ ତାଙ୍କ ଭଗିନୀ

ବିମଳାଙ୍କୁ ଜଣାଇଲେ ।


ଭାଇ ଭଗ୍ନୀ ସଙ୍ଗେ ଶ୍ରୀଗୁଣ୍ଡିଚା ଯାତ୍ରା

କରି ମହାପ୍ରଭୁ ଗଲେ ।

କି କରିବି କହ ଭଉଣୀ ଏବେ ମୁଁ

ସାଙ୍ଗରେ ମୋତେ ନ ନେଲେ ।


କେତେ ଦିନେ ସେ ଆସିବେ ନ ଆସିବେ

ବୁଦ୍ଧି ମୋତେ ଦିଶୁନାହିଁ ।

ଏଡେ ଅବିବେକୀ ହେଲେ କାହିଁକି ସେ

କି କରିବି କହ ମୁହିଁ ।


ବିମଳା କହିଲେ ମୋହ ଚୂର୍ଣ୍ଣ ତାଙ୍କ

ଉପରେ ଦିଅ ପକାଇ ।

ଶ୍ରୀମନ୍ଦିରକୁ ସେ ନିଶ୍ଚିତ ଫେରିବେ

କିଛି ଉପାୟ ନ ପାଇ ।


ହେରା ପଞ୍ଚମୀରେ ଲକ୍ଷ୍ମୀ ନାରାୟଣୀ

ରାତି ହୋଇଯିବା ପରେ ।

ଲୁଚି ଲୁଚି ସେବକ ସହ ମିଳନ୍ତି

ଯାଇ ଗୁଣ୍ଡିଚା ମନ୍ଦିରେ ।


ଶ୍ରୀଜଗନ୍ନାଥଙ୍କୁ ହେରି ମୋହ ଚୂର୍ଣ୍ଣ

ତାଙ୍କ ଉପରେ ପକାଇ ।

ରୁଷ୍ଟା ହୋଇ ଆଜ୍ଞା ମାଳ ପାଇ ସାରି

ରଥକାଠ ଭାଙ୍ଗି ଦେଇ ।


ହେରା ଗୋହିରୀ ସାହି ଦେଇ ଫେରନ୍ତି

ଘଣ୍ଟ ଘଣ୍ଟା ବାଜେ ନାହିଁ ।

ହେରା ପଞ୍ଚମୀର ମାହାତ୍ମ୍ଯ ଜାଣିବା

ମହା ଲୋକ ଶିକ୍ଷା ଏହି ।


ପତି ଅବିବେକୀ ହେବେ ଯଦି ପତ୍ନୀ

କରି କଳ କଉଶଳ ।

ମୋହନ ଉଚ୍ଚାଟନ କରି ତାହାଙ୍କୁ

କରିବ ସର୍ବ କୁଶଳ ।


ପରସ୍ପର ପ୍ରେମ ଅତୁଟ ରଖିବ

କ୍ରୋଧକୁ ଚାପି ନିଜର ।

ପରାମର୍ଶ ନେବ ନିଜ ଆତ୍ମୀୟଙ୍କ

ଯାହାକୁ ଭାବ ନିଜର ।


ସବୁ ବିଷମୟ ପରିସ୍ଥିତି ହଟି

ସୁଦିନ ନିଶ୍ଚେ ଆସିବ ।

ଲକ୍ଷ୍ମୀ ଜଗନ୍ନାଥ ହେରା ପଞ୍ଚମୀର

ମାହାତ୍ମ୍ଯ ମନେ ରଖିବ।


ବହୁ କଟୁକଥା ମାତା ମହାଲକ୍ଷ୍ମୀ

ଜଗନ୍ନାଥଙ୍କୁ କହିଲେ ।

ତିନିଦିନ ପରେ ମନ୍ଦିର ଫେରିବା

ପ୍ରତିଶ୍ରୁତି ପ୍ରଭୁ ଦେଲେ ।


ତହିଁ ପରଦିନ ରଥମାନଙ୍କର

ଦକ୍ଷିଣୀ ମୋଡ ହୋଇଲା ।

ବାହୁଡା ଯାତ୍ରାର ସମସ୍ତ ବ୍ୟବସ୍ଥା

ସୁଚାରୁ ରୂପେ ଚାଲିଲା ।


ବାହୁଡା ଯାତ୍ରାରେ ବିଜୟ ହୋଇବେ

ଚଉଦ ଭୁବନ ସାଇଁ ।

ମାତା ମହାଲକ୍ଷ୍ମୀ ଦିନ ଗଣୁଛନ୍ତି

ପ୍ରଭୁଙ୍କ ବାଟକୁ ଚାହିଁ ।


ଆସିଲା ସୁଦିନ ହଟିଲା ଦୁର୍ଦ୍ଦିନ

ଫେରିଲେ ବ୍ରହ୍ମାଣ୍ଡ ନାଥ ।

ଲକ୍ଷ୍ମୀ ନାରାୟଣ ବଚନିକା ପରେ

ହୃଷ୍ଟା ହେଲେ ଜଗନ୍ମାତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational