Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alok Ranjan DASH

Fantasy Others

4.8  

Alok Ranjan DASH

Fantasy Others

ହେମପ୍ରଭାତ

ହେମପ୍ରଭାତ

1 min
202


ହେମ ପ୍ରଭାତ କରେ ସ୍ବାଗତ

ଶିଶିର ବିନ୍ଦୁ ନେଇ,

ବରଷା ପରେ ଆସିଛି ଶୀତ

ନବୀନ ଆଶା ନେଇ ।


ଶୀତ ରାତିରେ ନିଦ ଆସେନା

ସକାଳକୁ ଥାଏ ଚାହିଁ,

ମନରେ ଥାଏ ତୁମ ଭାବନା

କାଲି ଆସିବ ନା ନାହିଁ ।


ସାଙ୍ଗରେ ବସି ନିଆଁ ପୋଇଁବା

ଆସିବ ଯେବେ ତୁମେ,

ହିମ ସକାଳେ ବନ୍ଧୁତ୍ୱର

ବାର୍ତ୍ତା ନେଇ ଆମେ ।


ଘାସ ପତରେ କାକର ବିନ୍ଦୁ

ମୁକ୍ତା ପ୍ରାୟେ ଦିଶେ,

ହେମ ପ୍ରଭାତେ ରବି କିରଣ

ଟିକେ ଡେରିରେ ଆସେ ।



Rate this content
Log in

Similar oriya poem from Fantasy