STORYMIRROR

Sahadev Behera

Inspirational

3  

Sahadev Behera

Inspirational

ହେବି ମୁଁ ଦିନେ

ହେବି ମୁଁ ଦିନେ

1 min
122

( prompt -15  )


ମାନବ ସମ୍ବଳ ଅଟେ ମହାବଳ 

ତା'ଠୁ କିଏ ହେବ ସରି 

ଯାହାକୁ ଯେମିତି ତିଆରେ ସେମିତି 

ନିଜ ଦରକାର ପରି ll 1


ପ୍ରକୃତିର ଦାନ ଖଣିଜ ପଦାର୍ଥ 

ହେଉ ସୁନା ରୂପା ହୀରା 

କୋଇଲା ପେଟ୍ରୋଲ ମାଙ୍ଗାନିଜ ଅଭ୍ର

ବ୍ୟବହାର କରେ ପରା ll 2


ନିଜ ଜ୍ଞାନ ବଳେ ଚଢେ ହିମଗିରି 

ଲଙ୍ଘେ ସେ ସାତ ସାଗର 

ମହାକାଶେ ଯାଇ ରହିଲାଣି ସିଏ 

ନକରି କାହାକୁ ଡର ll 3


କଳକାରଖାନା, ବନ୍ଧ ,ପୋଲ ,ଘର 

ବିଦ୍ୟୁତ ମୋଟରଯାନ 

କେତେ ଆବିଷ୍କାର କେତେ ଉଦ୍ଭାବନ 

ବିକଶେ ତାହାରି ଜ୍ଞାନ ll4


ଯୋଗାଯୋଗ, ସ୍ବାସ୍ଥ୍ୟ , କୃଷି, ବୈଷୟିକ 

ରାସ୍ତା ଘାଟ କାରିଗରୀ 

ନୂଆ ଯନ୍ତ୍ରପାତି ଚିକିତ୍ସା ବିଜ୍ଞାନ 

ଗବେଷଣା ଦିଏ କରି ll 5


ସବୁରି ମୂଳରେ ବିତରଇ ଜ୍ଞାନ 

ବିକାଶେ ଅନ୍ତର ଗୁଣ 

ଶିକ୍ଷାଦାନ ପରି ମହତ କାର୍ଯ୍ୟକୁ 

ଶିକ୍ଷକ କରଇ ଜାଣ ll6 


ଶିକ୍ଷକଟିଏ ମୁଁ ହୋଇ ଦେଶ ପାଇଁ 

ବିତରିବି ଜ୍ଞାନାଲୋକ 

ପିଲାଏ ପଢ଼ିବେ ନିଜକୁ ଗଢ଼ିବେ 

ହେବେ ବଡ ବୈଜ୍ଞାନିକ ll 7



Rate this content
Log in

Similar oriya poem from Inspirational