STORYMIRROR

Narendra Prasad Behera

Inspirational

4  

Narendra Prasad Behera

Inspirational

ହେବାନାହିଁ ବେଇମାନ

ହେବାନାହିଁ ବେଇମାନ

1 min
78


ବାଲେଶ୍ବର ମାଟି  ଶିକ୍ଷାର ତ ମାଟି

     ଭୁଲିତ ପାରିବା ନାହିଁ

କେତେ ମହାରଥୀ ଗଲେଣି ଜିଲ୍ଲାରୁ

    କା' ପାଖେ ହିସାବ ନାହିଁ ।୧।


କବି କବୟିତ୍ରୀ  ଲେଖକ ଲେଖିକା

    ହୋଇଛନ୍ତି କେତେ ଗଢା

ଶିକ୍ଷାକ୍ଷେତ୍ରେ ପୁଣି  ସବୁଠୁ ଉଚ୍ଚରେ

   ପଢିଛନ୍ତି କେତେ ପଢା ।୨।


ଏହି ଜିଲ୍ଲା ଆମ୍ଭ  ଜନମ ଭୁଇଁ ତ

    ବଢିଛେ କେତେ ଯତନେ

ପାରିବାନି ଭୁଲି ଜୀବନରେ କେବେ

   ବସିଛେ ଆଜି ଆସନେ ।୩।


ଶସ୍ୟ ଓ ଶ୍ଯାମଳା ଏହି ବାଲେଶ୍ବର

    ଜିଲ୍ଲାଟି ଅଟେ ମହାନ

ସାତଜନ୍ମ ପାଇଁ  ଗୁଣଗାନ କରି

   ଆନନ୍ଦେ କାଟିବା ଦିନ ।୪।


ଧାର୍ମିକ ପୀଠ ଯେ  ଅଛି ଏହିଠାରେ

    କ୍ଷେପଣାସ୍ତ୍ର ଘାଟୀ ପୁଣ

କଳାକ୍ଷେତ୍ରେ ପୁଣି  ସୁନାମ ରହିଛି

    କରିବ କିଏ ବଖାଣ ।୫।


ମହା ପୁରୁଷଙ୍କ   ଜନ୍ମସ୍ଥଳୀ ଏଠି

    ସମସ୍ତେ କହନ୍ତି ଧନ୍ଯ

ଆଶୀର୍ବାଦ ତାଙ୍କ  ନମିଳିଲେ ଆମ୍ଭ

    ଜୀବନ ହୋଇବ ଶୂନ୍ୟ ।୬।


କଲମ ଚାଳନା   କରୁଛନ୍ତି ଆମ୍ଭେ

    ଜିଲ୍ଲାର ଉନ୍ନତି ପାଇଁ

କେବେ କେଉଁଦିନ  କା' ଆଗରେ ଆମ୍ଭେ

     ଦେବାନାହିଁ ମୁଣ୍ଡ ନଇଁ ।୭।


ସବୁ ଚକଚକ   ନୁହେଁ ସେ ମାଣିକ

    ମହାକାଳ ଫଳ ପରି

ଆମ ରାଜଧାନୀ କେଡେ ମନୋହର

    ହେବାନି ତା' ସଙ୍ଗେ ସରି ।୮।


ରହିଛନ୍ତି କେତେ  ବହୁରୂପୀ ଲୁଚି

    କହୁଛନ୍ତି ମିଷ୍ଟଭାଷା 

ଆଶା ଓ ଭରସା ଦେଉଛନ୍ତି କେତେ

    କରୁଛନ୍ତି ଲୋକହସା ।୯।


ଆମ୍ଭେ ଜିଲ୍ଲାବାସୀ ଏକତ୍ର ହୋଇବା

    ହୋଇବା ନାହିଁ ଗୋଲାମ

କଲମ ମୁନରେ   ଲେଖିବା କବିତା

    ପାଇବା ଯେବେ ସଲାମ ।୧୦।


ଭୁଲି ଯିବାନାହିଁ   ନିଜ ଭାଇବନ୍ଧୁ

    ପରକୁ ଦେଇ ସମ୍ମାନ

ଦେବାନାହିଁ ତଥ୍ୟ କାହାକୁ ଯୋଗାଇ

    ହେବାନାହିଁ ବେଇମାନ ।୧୧।


ଯୋଡହସ୍ତେ ମୁହିଁ  କରେ ନିବେଦନ

    ବୁଝାଇ ଦିଅ ମନକୁ

ଭୁଲ୍ ଥିଲେ ମୋତେ କରିଦେବ କ୍ଷମା

    ନିବେଦନ ସମସ୍ତଙ୍କୁ ।୧୨।



రచనకు రేటింగ్ ఇవ్వండి
లాగిన్

Similar oriya poem from Inspirational