STORYMIRROR

Bikesh Sahu

Inspirational

5.0  

Bikesh Sahu

Inspirational

ହେ ସମୟ !

ହେ ସମୟ !

1 min
27.3K


ହେ ସମୟ !

ଏବେ ମୁଁ ଠିକ ଚିହ୍ନି ସାରିଛି ତୁମକୁ

ଅନୁଭବ କରି ସାରିଛି ତୁମ ଗୁରୁତ୍ୱ

ବୁଝି ସାରିଛି ତୁମ ମାନସିକ ଇତିବୃତି ସବୁ

ଆଉ ସେଇଥି ପାଇଁ ତ ନିର୍ଦ୍ୱନ୍ଦ ଆଜି ମୁଁ

ମୋ ପ୍ରତିଟି ପାଦ ଥାପିବାରେ

ତୁମ ପ୍ରତିଟି ପାଦର

ପଦଧ୍ଵନିର ତାଳେ ତାଳେ ....।


ନା ଆଜି ମୁଁ ଅତୀତରେ ବଞ୍ଚିଛି

ନା ଆଗତ ଭବିଷ୍ୟତରେ

ନା ଆଜି ମୁଁ ସ୍ମୃତିରେ ବଞ୍ଚିଛି

ନା କୋଉ ଅବାନ୍ତର ସ୍ୱପ୍ନ ଇଲାକାରେ

ସମସ୍ତେ ତ ଆଜି ବିଦାୟ ନେଇ ସରିଲେଣି ମୋଠୁ

ଖାଲି ଯାହା ରହିଯାଇଛି ଆଜି ବର୍ତ୍ତମାନ

ଯଉଠିରେ ଚାଲିଛି ଖାଲି ତୁମରି ରାଜତ୍ୱ

ଆଉ ମୁଁ ଦାସ ସାଜିଛି ସତ

ହେଲେ ଏ ଯାଏଁ ବରିନେଇନି ମୁଁ ତୁମରି ଦାସତ୍ୱ ।


ଆଜି ବି ଭାଙ୍ଗି ନି ମୋ ହୃଦୟର ଧର୍ଯ୍ୟବନ୍ଧ

ଟଲମଲ ହେଉଛି ଆଶା ଆଉ ଆକାଂକ୍ଷା ସବୁ

ବିଧ୍ୱସ୍ତ କରି ମାଡିଯିବାର ସହସ୍ର ପ୍ରଚେଷ୍ଟାରେ

ଦୋହଲାଇ ଦିଏ ଆଜି ମୋତେ

ତଥାପି ହାରିବାର ପ୍ରଶ୍ନ ଉଠେନି

ମୋ ହୃଦୟ ଭିତରେ

ବଂର ଏକା ଏକା ଲଢ଼ି ଯିବାକୁ

ଜାଗି ଉଠେ ସହସ୍ର ସାହସ

ଅଦମ୍ୟ ଶକ୍ତି ଆଉ ଅୟୁତ ସାମର୍ଥ୍ୟ ।


ଜାଣେ ତୁମକୁ ଜୟ କରିପାରିବିନି

ଏଇ କ୍ଷୁଦ୍ର ଆୟୁଷର ଜୀବନ କାଳ ଭିତରେ

ହେଲେ ହାରିବାର ବି ତ ପ୍ରଶ୍ନ ଉଠେନି

ଶରୀରରେ ଅନ୍ତିମ ନିଶ୍ୱାସ ଥିବା ଯାଏଁ

ଚିର ସତ୍ୟ ମୃତ୍ୟୁ ଶର୍ଯ୍ୟାରେ ଶୁପ୍ତ ନ ହେଲାଯାଏଁ

ଏ ଯୁଦ୍ଧର ତ ଅନ୍ତ ନାହିଁ

ପରାଜୟର ବି ପ୍ରଶ୍ନ ନାହିଁ

ହେ ସମୟ ତୁମେ ସିନା ଅନନ୍ତ

ହେଲେ ମୋର ତ ନିର୍ଦ୍ଦିଷ୍ଟ ଆୟୁଷ

ମୋ ଅନ୍ତେ ପିନ୍ଧିପାର ତୁମେ ବିଜୟ ମୁକୁଟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational