ହେ ସମୟ.........
ହେ ସମୟ.........
ହେ ସମୟ............
କହ କାଁଇ ଏତେ ନୀରିଦୟ,
କେତେ କେତେ ରାତି ପାହିତ ଯାଇଛି
ଓଠ ପିଇ ଆଖି ଲୁହ ,,
ଦିନ ଦିନ ଧରି ବର୍ଷ ତ ବିତିଛି
ଛାତିରେ ଛାତିଏ କୋହ ,
ହେ ସମୟ
କହ କାଁଇଏତେ ନିରୀଦୟ !!
ସମୟ ର ଚକ ଘୁରି ତ ଚାଲିଛି
ସୁଖ ସାଥେ ଦୁଃଖ ଆସେ,,
କୋଉ ପାଣି କେବେ କୋଉ ମୋଡ଼ ନିଏ
କିଏ ବା ତାହାକୁ ବୁଝେ ,,
ହେ ସମୟ........
କାଁଇ ଦୋଷୀ ସଜେଇଲୁ ବିନା ଦୋଷେ !!
ଛାତିର କୋହ ଆଖିର ଲୁହ
ଯାଏ ଆପେ ଆପେ ବୋହି,
କାହିଁକି କେଜାଣି ନିଜ ପାଖେ ଆଜି
ନିଜେ ମୁଁ ଯାଇଛି ହାରି,,
ହେ ସମୟ............
କହ କାଁଇ ଲାଗୁତୁ ସପନ ଭଳି !!
ବିନା ମୂଲ୍ୟବଳେ କଳଙ୍କିନି ବୋଲି
ଉପାଧି ଟିଏ ତୁ ଦେଲୁ,,
ଉପହାରେ ପୁଣି ନିନ୍ଦା ଅପବାଦ
ସବୁ ମୁଣ୍ଡେ ମୋ ଅଜାଡି ଦେଲୁ ,,
ହେ ସମୟ..................
କହ ଏମିତି କାହିଁକି କଲୁ
କହ ଏମିତି କାହିଁକି କଲୁ !!