STORYMIRROR

Narayan chandra Senapati

Tragedy Inspirational

3  

Narayan chandra Senapati

Tragedy Inspirational

ହେ ଶହୀଦ ତୁମକୁ ଶହେ ସଲାମ

ହେ ଶହୀଦ ତୁମକୁ ଶହେ ସଲାମ

1 min
216


ହେ ଶହୀଦ

ଅହିଂସାର ଦୀପାଳି ଜାଳି

ସାରା ଆର୍ଯ୍ୟାବର୍ତ୍ତକୁ କରିଥିଲ ଦିନେ ଆଲୋକିତ,

ମାଡ଼ ଗାଳି ଜେଲ ଦଣ୍ଡକୁ ଅନ୍ତରଙ୍ଗ କରି

ଶତ୍ରୁକୁ ବି ବାଣ୍ଟୁଥିଲ ପ୍ରେମର ସପ୍ତରଙ୍ଗ,

ଅର୍ଦ୍ଧଲଗ୍ନ ରହି

ଦୀନ ଦରିଦ୍ରଙ୍କ ପାଇଁ ସଞ୍ଚିଥିଲ...

ଶ୍ରଦ୍ଧାର କନା କେଇଖଣ୍ଡ,

ଏ ଗାଲରେ ମାଡ଼ଖାଇ

ହସି ହସି ଦେଖାଉଥିଲ ଆର ଗାଲ,

କି ନିଷ୍କଳଙ୍କ ଧାତୁରେ ଗଢା ତୁମ ଦେହ ହେ

ସତ୍ୟାସନ୍ଧ-ତ୍ୟାଗପୁତ-ନିଷ୍ଠାର ସମ୍ରାଟ !!!

ଧୂପ ପରି ଜଳି ଜଳି

ସୁବାସ ଦେଇ ଚାଲିଗଲ ସିନା,

ହେଲେ ଜାନୁୟାରୀ ତିରିଶ

ଆଜି ବି ମନେ ପକାଉଛି

ତୁମ ଅଭୁଲା ସ୍ମୃତିର ଅଶ୍ରୁଳ ଇତିହାସ।


ହେ ଶହୀଦ...

ସ୍ବପ୍ନ ଦେଖିଥିଲ ଦିନେ ନା

ଗଢିବାକୁ ସ୍ୱପ୍ନର ଅଖଣ୍ଡ ଭାରତବର୍ଷ,

ବୈମାନ ବଣିକର ଅତ୍ୟାଚାରରେ

ଲୁହ ଲହୁ ସହ ଅର୍ପଣ କରିଥିଲ ନା

କ୍ଷୀଣ ଶରୀରର ସଂରକ୍ଷଣ ରକ୍ତ ମାଂସ,

ତୁମ ହାତର ବାଡ଼ି ଖଣ୍ଡକ ଥିଲା ଧର୍ମବଳ,

ଅଣ୍ଟାର ଘଣ୍ଟା ବି ଥିଲା ସମୟର କଳ,

ଆଖିର ଚଷମାଟା ଦେଖାଉଥିଲା

ସ୍ଵଚ୍ଛ ହୃଦୟର ଅନୁପମ ଦୃଶ୍ୟ,

ଗୀତା ତତ୍ତ୍ୱର ନିର୍ଦ୍ଦେଶରେ

ତୁମ ଅନ୍ତରରୁ ଝରୁଥିଲା 

ଅମୃତମୟ ରାମନାମ,

ହେଲେ ସହି ପାରିଲାନି ଦୂଷିତ ସମାଜ,

ଶେଷରେ କାଳ ବି ଶୁଣିଥିଲା ଆଜିର ଏ ଦିନ।


ହେ ଶହୀଦ

ସ୍ୱାଧୀନ ଭାରତ ସମ୍ବାଦ ବି 

ତୁମ ପାଇଁ ନ ଥିଲା ଯଥେଷ୍ଟ,

ଅଖଣ୍ଡର ଦୁଇଖଣ୍ଡ ଦୁଃସ୍ବପ୍ନରେ

ହଜିଥିଲା ତୁମ ସ୍ବପ୍ନ,

ମହାନତା ଟା ବି ଧକେଇ କାନ୍ଦିଥିଲା

ଅସହ୍ୟ ଦେଶଦ୍ରୋହୀର ଶିକାରରେ,

ଭୁଲିବି ନ ଥିଲ ରାମ ନାମ ସଂକୀର୍ତ୍ତନ--

ପାଷାଣ୍ଡ ନାଥୁରାମର ଅତର୍କିତ ଗୁଳିମାଡରେ,

ଆନନ୍ଦରେ ହେ ରାମ କହି ଟଳିଗଲ ସିନା,

ହେଲେ ଲିଭିଗଲା ଆମ ଜାତିର ଅଲିଭା ଦୀପ,

ଜାତିର ପିତା ସାଜି ସାର୍ଥକ କଲ ମହାତ୍ମା ନାମ ,

ହେ ତପ୍ତହୀନ ଉତ୍ତପ୍ତ ସତ୍ୟ ପ୍ରେମ,

ଚିର ଅମର ହୋଇ ରହିଯାଅ ସଭିଙ୍କ ହୃଦୟରେ,

ଶୁଣି ଶୁଣି .....

ହେ ଶହୀଦ...ତୁମକୁ ଶହେ ସଲାମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy