ହେ ସ୍ୱପ୍ନ ଆ ଥରେ
ହେ ସ୍ୱପ୍ନ ଆ ଥରେ
ହେ ସ୍ୱପ୍ନ ଆ ଥରେ
ନିଦଭରା ନିଶବ୍ଦ ରାତି
ଆକାଶେ ହସୁଛି
ତାରକାଙ୍କ ମେଳେ
ମଧୁଝରା ଜହ୍ନ ।
ଦେହରେ ଭାଙ୍ଗୁଛି ଅଳସ
ତୋ ବିନା ଆଖିକୁ
ଆସେ ନାହିଁ ନିଦ
ଦେହ ଖୋଜୁଛି ତୁମରି ପରଶ ।
ମନେ ମୋର ତୁମ ପାଇଁ
ଅନେକ ଭାବନା
କାହିଁ ଛାଡିଗଲ ତୁମେ
ଦୂର ଦିଗବଳୟର ଆରପାରିକୁ
ମନରେ ଭରିଦେଇ
ଅନେକ ଯାତନା ।
ଏ ଦେହ ଖୋଜୁଛି ଆଜି
ତୁମ ନରମ ବାହୁର ଆଲିଙ୍ଗନ ।
ଆଉ ମଧୁଭରା ନରମ ଓଠର
ଉଷ୍ଣ ଚୁମ୍ବନ ।
ହେ ସ୍ୱପ୍ନ ଆ ଥରେ
ତୁମେ ଆସିଲେ
ନିରାଶାର ଭାବନା ଭିତରେ
ଝଲସି ଯାଏ
ଆଶାର ଝଲକ ।
ଅନ୍ଧାରି ମୁଲକେ ଉଙ୍କି ମାରେ
ଅନୁଭବୀ ପ୍ରିତିର ପୁଲକ ।
ତୁମରି ସ୍ପର୍ଶେ
ଅଙ୍ଗେ ଅଙ୍ଗେ ଖେଳିଯାଏ
ଅପୂର୍ବ ଶିହରଣ ।
ଇଛାହୁଏ
ଆଖି ଖୋଲି ଦେଖିବାକୁ
ଟିକେ ଛୁଇଁବାକୁ
ଟିକେ ଅନୁଭବ କରିବାକୁ ।

