STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ହେ ପିତାମାତା

ହେ ପିତାମାତା

1 min
394


ହେ ପିତାମାତା ଏ ପିଣ୍ଡର କର୍ତ୍ତା

   ତୁମେ ମୋ ବଡ଼ ଦେବତା,

ତୁମେ ମୋର ସର୍ବ ଶୁଭେଚ୍ଛୁ ଚିନ୍ତକ

   ତୁମେ ମୋର ତ୍ରାଣକର୍ତ୍ତା।


ତୁମେ ପ୍ରାଣକର୍ତ୍ତା ମୋ ଭାଗ୍ୟ ବିଧାତା

   ମୋ ଭାବନା ଅନୁଚିନ୍ତା,

ତୁମେ ମୋ ସକଳ କରମ ଧରମ

   ତୁମେ ମୋର ଜୀବସତ୍ତା।


ତୁମେ ମୋର ପଥ ପ୍ରଦର୍ଶକ ତୁମେ

   ମୋର ସର୍ବ ବୁଦ୍ଧିଦାତା,

ତୁମେ ମୋର ବର୍ତ୍ତମାନ ଭବିଷ୍ୟତ

   ତୁମେ ମୋ ଅତୀତ ଗାଥା।


ତୁମେ ମୋର ଶକ୍ତି ତୁମେ ମୋର ଭକ୍ତି

   ତୁମେ ମୋର‌ ମୁକ୍ତିଦାତା,

ତୁମେ ମୋର ସୁଖ ତୁମେମୋର ଦୁଃଖ

   ତୁମେ ମୋର ରକ୍ଷା କର୍ତ୍ତା।


ତୁମେ ମୋର ପୁଣ୍ୟ ନୀଳାଚଳ ଧାମ

   ତୁମେ ମୋ ଦାରୁ ଦେବତା,

ତୁମେ ମୋର ଦୁଇ ନୟନର ଜ୍ୟୋତି

   ତୁମେ ମୋ ହୃଦୟ ବାର୍ତ୍ତା।


ତୁମେ ମୋର କୋଟି ଜନ୍ମ ପୁଣ୍ୟ ଫଳ

   ତୁମେ ମୋ ପ୍ରାଣସଙ୍ଗୀତା,

ତୁମେ ଚିରନ୍ତନ ପୂଜ୍ୟ ଅଗ୍ରଗଣ୍ୟ

    ତୁମେ ସର୍ବ ବିଘ୍ନହନ୍ତା।


ତୁମେ ମୋର ସର୍ବ କଲ୍ୟାଣଦାୟକ

    ତୁମେ ମୋ ଜୀବନ ଯାତ୍ରା,

ତୁମେମୋର ଶାନ୍ତି ତୁମେମୋର ପ୍ରୀତି

    ତୁମେ ମୋର ସିଦ୍ଧିଦାତା।


ତୁମେ ମୋର ଆଶା ଭରଷାର ରାସ୍ତା

   ତୁମେ ହିଁ ପୁରାଣ ଗୀତା,

ତୁମେ ହିଁ ସାରଥୀ ମୋଦେହ ରଥର

    ତୁମେ ମୋ ପ୍ରାଣସଳିତା।


ତୁମେମୋର ଆତ୍ମା ମୋ ଭବିଷ୍ୟପନ୍ଥା

   ତୁମେ ମୋ ଭାଗ୍ୟ ନିୟନ୍ତା,

ତୁମେ ମୋସକଳ ଅଭିଯୋଗ ଶ୍ରୋତା

    ତୁମେ ଆଶୀର୍ବାଦ ଦାତା।


ତୁମେ ମୋର ପ୍ରାତଃ ସ୍ମରଣୀୟ ପ୍ରାଣ

    ଦେବତା ହେ ପିତାମାତା,

ତୁମ ଚରଣରେ ଅଧମ ସନ୍ତାନ

   ନୁଆଁଉଛି ସଦା ମଥା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy