ହେ ନ୍ୟାୟାଧିଶ
ହେ ନ୍ୟାୟାଧିଶ
ତୁମେ କରିବ କି ବିଚାର,
ତୁମେ କରିବ କି ବିଚାର
ଆହେ ନ୍ୟାୟାଧୀଶ ହେ ଜଗଦୀଶ
ଇଏ କେମିତି କା ସଂସାର ।
ଯେଉଁ ମା ଦିନେ ଜନ୍ମ ଦେଇଥିଲା
ଦଶ ମାସ ଗର୍ଭ ଧରି
ସେଇ ପୁଅ ଆଜି ପର କରିଦେଲା
ଲୁହ ଯାଉ ଅଛି ଝରି
ମାକୁ ପୁଅ ପର କରିଦିଏ
ହୋଇ ଏତେ ନିଷ୍ଠୁର
ତୁମେ କରିବ କି ବିଚାର ।
ଯଉତୁକ ପାଇଁ ଝିଅ କୁ ଏଠି
ବଧୂ ହତ୍ୟା କରା ଯାଏ
ନିରୀହ ଝିଅ ଯାତନା ଭୋଗେ
କେଉଁ ଦୋଷ ପାଇଁ ସିଏ
ନାରୀ ଦୁଃଖ ପାଏ କଷ୍ଟ ଭୋଗୁଥାଏ
କୁହ କାହିଁ ଠାକୁର
ତୁମେ କରିବ କି ବିଚାର ।
ଭାଇ ଭାଇ କୁ ପର କରିଦିଏ
ଧନ ସମ୍ପତ୍ତି ପାଇଁ
ରକ୍ତ ଠାରୁ ରକ୍ତ ଦୁରେଇ ଯାଏ
ସ୍ୱାର୍ଥ ଆଉ ଲୋଭ ନେଇ
ଭାଇ ଭାଇ ରେ କଳି ଲାଗିଥାଏ
ମନେ ଥାଏ ଅହଂକାର
ତୁମେ କରିବ କି ବିଚାର ।