STORYMIRROR

KSHIRADRI SAHU

Inspirational

3  

KSHIRADRI SAHU

Inspirational

ହେ ନାରୀ

ହେ ନାରୀ

1 min
162


ହେ ନାରୀ ତୁ କେତେ ମହାନ

ମାଁଟେ ତୁ ଝିଅଟେ ବି ତୁ

ଭଉଣୀ ଆଉ ସ୍ତ୍ରୀଟେ ତୁ

କେତେ ରୂପେ ତୁ ବିଭିନ୍ନତା ଅଟୁ

ହେ ନାରୀ ତୁ କେତେ ମହାନ ।


ଦୁଃଖକଷ୍ଟକୁ ତୁ କରୁ ସହ୍ୟ

ହୃଦୟ ତୋର ଧର୍ଯ୍ୟ ପଥର

ସୁଖକୁ ତୁ ଖୋଜୁନାହୁଁ କେବେ

ନିଜ ଖୁସି ପାଇଁ ଲଢ଼ୁନାହୁଁ କେବେ

ହେ ନାରୀ ତୁ କେତେ ମହାନ ।


ତୋ ମହିମାର ନାହିଁ ତୁଳନା

ତୋ ମମତାରେ ନାହିଁ ଛଳନା

ସାରା ସଂସାରର ତୁ ସୃଷ୍ଟିକର୍ତ୍ତା

ଜନନୀ ତୁ ଦିବ୍ୟବିଧାତା

ସଭିଙ୍କ ମୁଖରେ ହସ ଫୁଟାଇଛୁ

ହେ ନାରୀ ତୁ କେତେ ମହାନ ।


ସମାଜରେ ତୁ ଅଟୁ ନିନ୍ଦନୀୟ

ପୁରୁଷ ପାଇଁ ଲାଗୁ ଅତି ଦୁର୍ବଳୀୟ

ଶୋଷଣ ପୀଡନେ ତୁ ପାଉଯେ କଷ୍ଟ

ନା ନା ଅତ୍ୟାଚାରେ ପାଉ ଦୁଃଖ

ତଥାପି କରୁନୁ କେବେ ପ୍ରତିକାର

ସମସ୍ତଙ୍କର ତୁ କରୁ ଉପକାର

ହେ ନାରୀ ତୁ କେତେ ମହାନ

ହେ ନାରୀ ତୁ କେତେ ମହାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational