Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

ହେ ମୋର ବନ୍ଧୁ

ହେ ମୋର ବନ୍ଧୁ

1 min
134



ଭୁଲ ନାହିଁ ଭୁଲ ନାହିଁ

ହେ ମୋର ବନ୍ଧୁ

ଦେଶ ମାତୃକାର କଥା

ଭୁଲ ନାହିଁ ଭୁଲ ନାହିଁ

ହେ ମୋର ବନ୍ଧୁ

ଦୁଃଖୀ ଦରିଦ୍ରର ବ୍ୟଥା ।


ସମ୍ପର୍କର ମୂଲ୍ୟ କୁ

ବୁଝ ହେ ବନ୍ଧୁ

ସାମାଜିକତାକୁ ବୁଝ

ବେକାରୀ ସମସ୍ୟା କୁ ବୁଝି

ଶିକ୍ଷିତ ଯୁବକ ନ ବନନ୍ତୁ

ଆମ ସମାଜର ବୋଝ

ବୁଝ ବୁଝ ହେ ମୋର ବନ୍ଧୁ

ମୋ ମାତୃଭୂମି କଥା ବୁଝ ।


ମା ମାଟି ପାଇଁ ଯୁଝ

ଅନ୍ୟାୟ ଅନୀତି ଦୁର୍ନୀତି

ବିରୁଦ୍ଧେ ଯୁଝ

ମା ମାଟିର ଋଣ ବାରେ ତୁମେ ଶୁଝ

ଦୂରୀଭୂତ କରି ଅନ୍ଧକାର

ହଟାଇ ଦେଶୁ ଭ୍ରଷ୍ଟାଚାର

ହାଲକା କର ଏ ଦେଶ ମାତୃକାର ବୋଝ

ବୁଝ ବୁଝ ହେ ମୋର ବନ୍ଧୁ

ତିଳେ ଏ କଥା କୁ ବାରେ ବୁଝ ।


ଜନତାଙ୍କ ଆଖିର ଲୁହ

ପୋଛିବାକୁ ସଦା ସଜାଗରୁହ

ମା ଭଉଣୀଙ୍କ ହୃଦୟର କୋହ

ଖଟିଖିଆ ମଜୁରିଆଙ୍କ

ଶୋଷଣ ଦୂର ପାଇଁ ତତ୍ପର ହୁଅ

ମନ୍ଦିର ଆଉ ମସଜିଦ ନାମେ

ହୀନରାଜନୀତି କୁ ଏ ଦେଶୁ

ହେ ବନ୍ଧୁ ଦୂର କରିଦିଅ ଦୂର କରିଦିଅ

ରାମ ଆଲ୍ଲାଙ୍କ ନାମ ନେଇ

ଦ୍ଵନ୍ଦ୍ଵ ଯୁଦ୍ଧ ଦୂର କରିଦିଅ

ଜାତି ନାମେ ଧର୍ମ ନାମେ

ସଂକୀର୍ଣ୍ଣତାକୁ ଏ ଦେଶୁ

ଜନ ମାନସୁ ହଟାଇ ଦିଅ

ହେ ମୋର ବନ୍ଧୁ

ସୁନାର ଭାରତ ଗଢିବା ପାଇଁ

ଏବେଠୁ ଶପଥ ନିଅ

ବିଶ୍ଵ ମାତୃକାର ସେବା ପାଇଁ

ସଦା ସର୍ବଦା ତତ୍ପରରୁହ ।



Rate this content
Log in

Similar oriya poem from Abstract