STORYMIRROR

Kabiratna Nutan Kumar Behera

Inspirational

3  

Kabiratna Nutan Kumar Behera

Inspirational

ହେ ମିତ୍ର

ହେ ମିତ୍ର

1 min
165

ହେ ମିତ୍ର !

ହୃଦୟରୁ ମୋର ଜଣାଉଛି ଶୁଭେଚ୍ଛା 

ତୁମକୁ ମୁଁ ଅଜସ୍ର ସହସ୍ର

ଧନ୍ୟ ମୋତେ କରିଛ ତୁମେ ଆଜ

ହୋଇ ଶାନ୍ତ ଶିଷ୍ଟ ଭଦ୍ର ନମ୍ର

ନିଷ୍କଳଙ୍କ ତୁମର ସ୍ଵଭାବ ଚରିତ୍ର

ମନ ଅନାବିଳ ନିର୍ବିକାର

ସୁନ୍ଦର ସୌମ୍ୟକାନ୍ତ ହୃଦୟ ପବିତ୍ର

ତୁମ ଭାବ ବିନିମୟେ ମୁଁ ଅତ୍ୟନ୍ତ ମୁଗ୍ଧ

ମୋ ପାଶେ ତୁମେ ଅତି ପ୍ରିୟପାତ୍ର

ଦିବ୍ୟଜ୍ଞାନ ଗାରିମାରେ ତୁମେ ପଣ୍ଡିତ

ନିରାଡାମ୍ଵର ଠାଣି ତୁମ 

ଗୈରିକ ସାଧାସିଧା ପୋଷାକପତ୍ର

ହେ ମିତ୍ର !

ତୁମେ ଗୁଣୀ ସାଧୁ ସନ୍ଥ ସନ୍ୟାସୀ

ନିଃଶଙ୍କ ନିଷ୍କପଟ ନିଷ୍ପାପ ଉଦାର

ତୁମେ ସ୍ଵାଧୀନ ସ୍ୱତନ୍ତ୍ର

ମିତ୍ର ଭାବେ ବରି ମୋତେ କଲ ଋଣୀ 

ମୃଦୁ ମଧୁର ବଚନ ତୁମ ମହାମନ୍ତ୍ର

ମୁଁ ଛାର ଅନାର୍ଯ୍ୟ ମୁଢ଼ ଶବର ନିଶାଦରାଜ

ତୁମେ ପ୍ରଭୁ ଶ୍ରୀରାମ ଜ୍ୟେଷ୍ଠ ରାଜପୁତ୍ର

କଲ ମୋତେ ମିତ୍ର ଲାଗେ ବିଚିତ୍ର

ତୁମେ ସତ୍ୟବାଦୀ ପିତୃଭକ୍ତ

ଭାତୃପ୍ରେମେ ସଂସାରରେ ଶ୍ରେଷ୍ଠ

ମର୍ଯ୍ୟାଦା ପୁରୁଷ ନ୍ୟାୟବନ୍ତ ବ୍ରହ୍ମଚାରୀ 

ଭ୍ରାତା ପତ୍ନୀ ଘେନି ରହିଛ ଏକତ୍ର

ହେ ମିତ୍ର !

କେଉଁ ଜନ୍ମର ଥିଲା କି ପୁଣ୍ୟଫଳ

ପ୍ରଭୁଙ୍କୁ ପାଇଛି ମୁଁ ମିତ୍ର ରୂପେ

ପରମ କରମ ଭାଗ୍ୟର ଭାଗ୍ୟସୂତ୍ର

ମୋ ଧର୍ମ ଧାରଣା ପୂଜା ବ୍ରତ

ତୁମେ ହେ ଶ୍ରୀରାମଚ଼ନ୍ଦ୍ର

ଜନ୍ମ ଜନ୍ମାନ୍ତର ଅଭିଳାଷ କଲ ପୂର୍ଣ୍ଣ

ସେବି ମୁଁ ପାରିଲେ ତୁମ ଶ୍ରୀଚରଣ

ହେବି ପ୍ରୀତ ଭକ୍ତିରେ ବାନ୍ଧି ମୋ ପ୍ରାଣ

ତୁମେ ଶାଶ୍ୱତ ଚିନ୍ମୟ ଈଶ୍ବର

ମୁଁ ନଶ୍ୱର ଜୀବନ ମୋ ନିମିତ୍ତ ମାତ୍ର

ହେ ମିତ୍ର !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational