ହେ ମହାନତା ଯାଅନା ଦୂରେଇ
ହେ ମହାନତା ଯାଅନା ଦୂରେଇ
ହେ ମହାନତା ଯାଅନା ଦୂରେଇ
ରୁହ ତୁମେ ମଣିଷର ମନ ହୃଦୟ ଭିତରେ
ମାନବବାଦ ଜାଗ୍ରତ ରହୁ ସଦା ତୁମ ସଂସ୍ପର୍ଶରେ
ତାର ଅନ୍ତର୍ଦୋୟ ଚେତନାକୁ କରି ପରିପ୍ରକାଶ
ବୁଦ୍ଧି ବିବେକ ଜ୍ଞାନର ବିଚାରରେ ମଣିଷ
ଏ ମହିମଣ୍ଡଳରେ ସର୍ବଶ୍ରେଷ୍ଠ ସାମାଜିକ ପ୍ରାଣୀ
ତାର ଶିକ୍ଷା ଦୀକ୍ଷା ଅନୁଭୂତି ଅଭିଜ୍ଞତାରେ
ରହି ସାଧନାର ପଥେ କରେ ପ୍ରତିଭାର ବିକାଶ
ବିଶ୍ଵକୁ ଏକ ବସୁଧା ଭାବି କରେ ସେବା ତ୍ୟାଗ
ଦେଖାଏ ସହାନୁଭୂତି କରେ ଅନୁକମ୍ପା
ହୁଏ ସେ ସବୁରି ପ୍ରତି ହୃଦୟବାନ ସମ୍ବେଦନଶୀଳ
କୀର୍ତ୍ତିର ଯଶ ଗୌରବରେ ହୁଏ ଗୌରବାନ୍ଵିତ
ମହାନ୍ ମହିମାରେ ହୁଏ ମହିମାମଣ୍ଡିତ
ଗୁଣ ସ୍ବଭାବ ଚରିତ୍ରରେ ହୁଏ ନିଷ୍ଠାବାନ ପବିତ୍ର
ସୂର୍ଯ୍ୟ କିରଣ ପରି ବିଛୁରିତ ହୁଏ ତା' ମହନୀୟତା
ଜ୍ଞାନର ଆଲୋକରେ ସେ ଦେଖାଏ ସୁପଥ
ହେ ମହାନତା ଯାଅନା ଦୂରେଇ
ତୁମେ ଥିଲେ ପାଶେ ମଣିଷ ହ
ୁଏ ନମ୍ର ଦୟାବାନ
ତୁଚ୍ଛ ସ୍ଵାର୍ଥକୁ ଭୁଲି ହୁଏ ସେବା ପରାୟଣ
ସଂପର୍କକୁ ମଣେ ଜୀବନର ଏକ ମହାପୁଣ୍ୟ ଫଳ
ଆତ୍ମୀୟତାର ସୂତ୍ରରେ ବାନ୍ଧି ରଖେ ବସୁଧାକୁ
ଜୀବେ ଦୟା ରଖି ପାଳେ ସତ୍ୟ ଅହିଂସା
ଆଚରଣେ ଉଚ୍ଚାରଣେ ଆକର୍ଷି ନିଏ ସବୁରି ମନ
ସମୂହ କଲ୍ୟାଣେ କରୁଥାଏ ମହତ କର୍ମମାନ
ଉତ୍ତରୋତ୍ତର ଉନ୍ନତି କଳ୍ପେ ରଖିଥାଏ ତାର ଧ୍ୟାନ
କହେ ନିରପେକ୍ଷ ଯୁକ୍ତି ସଙ୍ଗତ ମଧୁର ବଚନ
ଆଧ୍ୟାତ୍ମିକ ଭକ୍ତି ଭାବେ ହୃଦୟକୁ କରେ ତଲ୍ଲୀନ
ସୃଷ୍ଟିକର୍ତ୍ତା ପରଂବ୍ରହ୍ମଙ୍କଠାରେ ରଖେ ଅଖଣ୍ଡ ବିଶ୍ଵାସ
ବୁଝିଥାଏ ସେ ଜୀବନ ଏକ ଉତ୍ସର୍ଗୀକୃତ ଦୀପ ସମ
ଜଳି ଜଳି ଦେଖାଏ ଜ୍ୟୋତି ସାରା ସଂସାରକୁ
ଏ ଆତ୍ମାର ସ୍ଵରୂପ ବିଶେଷ ବୈଶିଷ୍ଟ୍ୟତା
ପାଏ ସେ ସଫଳତା ଆଣେ ଜନ୍ମର ସାର୍ଥକତା
ହେ ମହାନତା ଯାଅନା ଦୂରେଇ...।