STORYMIRROR

Santosh Pattnayak

Abstract

3  

Santosh Pattnayak

Abstract

ହେ କରୁଣାକର

ହେ କରୁଣାକର

1 min
11.5K


ଫଗୁଣଟା ଗଲା ବେରଙ୍ଗି ହୋଇକି

    ଆସିଲା ଚଇତି ଯାତ

ଆଶା ଥିଲା ମନେ ଦେଖିବି ନୟନେ 

   ମନଲୋଭା ଘୋଡାନାଚ

କେଉଟ ଭାଇର ପରବ ଏଇଲୋ 

    ବାଉଁଶ ବତାର ଘୋଡା 

ପାଦହୀନ ଦେହ ଘୋଡା ରୂପ ବେକ

   ମନକୁ କିଣେ ଢୋଲିଆ....


ଘୋଡାଥାଟ ପରେ ପସିକି ରାଉତ 

   ଦେଖାଏ ଘୋଡାର ଠାଣୀ

ଗାୟକ ପାଳିଆ ଗାଉଥାନ୍ତି ଗୀତ

    ତାଳ ଦିଏ ରାଉତାଣୀ

ଆରମ୍ଭେ ବନ୍ଦନା ମାଆ ବାସେଳି'ଙ୍କ 

  ପରେ ରାଧାକୃଷ୍ଣ ଲୀଳା 

ଶିବ ପାର୍ବତୀଙ୍କ କାହାଣୀକୁ ନେଇ 

    କୈବର୍ତ୍ତ ସଂହିତା କଳା


ପୁରାଣ କାହାଣୀ ଆସେ ଭଳିଭଳି

     ପାରମ୍ପରିକ ସେ ସୁର

ନୋହିଲା ଶ୍ରବଣ ଦୁଃଖେ ଅଛି ପ୍ରାଣ 

   ମହାମାରୀ ହେଲା କ୍ରୁର 

ମନ ଆନମନା  ବିଚିତ୍ର ଭାବନା

   ଅସମାହିତ ଜୀବନ

ପ୍ରାପ୍ତି -ଅପ୍ରାପ୍ତିର ଅନ୍ତଃ ଦାହନରେ

    ମୋହଗ୍ରସ୍ଥ ଏଇ ମନ.....


ଧନ୍ୟ ମୋ' ଉତ୍କଳ ଧନ୍ୟ ପରମ୍ପରା 

   ଧନ୍ୟ ମୋର କଳାକାର 

ଧନ୍ୟ ମହାବାହୁ ଧନ୍ୟ ତୁମ ଲୀଳା 

    କ୍ଷମିବ ଅଜ୍ଞାନ ଛାର 

    ନାମ ତ' କରୁଣାକର 

କରୁଣା ସାଗରେ ମହାମାରୀ ଧୋଇ 

   ସଂସ୍କୃତି ଉଦ୍ଧାର କର .....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract