Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chandrakanta Nayak

Classics

3  

Chandrakanta Nayak

Classics

ହେ ଜଗନ୍ନାଥ ଆପଣାର ବୋଲି କିଏ?

ହେ ଜଗନ୍ନାଥ ଆପଣାର ବୋଲି କିଏ?

1 min
303


ଆପଣାର ବୋଲି କିଏ ?


ଏଠି କିଏ ଆପଣାର କିଏ ଅବା ପର


ବାରି ହୁଏ ନାହିଁ ହେ କଳା ମଣିମାଁ


କେବଳ ମିଛ ହସ ମିଛ ଭଲ ପାଇବା ।


ବହୁତ କୁହନ୍ତି ଅଳପେ ରହନ୍ତି


ନିଜର ବୋଲି ସେ ଦେଖେଇ ହୁଅନ୍ତି


କେବଳ ମିଛ କୁ ସତରେ ଘୋଡେଇ ଦେବା II


ହସିଦେଇ ପଦେ କଥା କହୁଥିବେ


ମିଛରେ ମିଛରେ ବେଦନା ଢାଳିଦେ


ନିଜର ନ ହୋଇ ହେବେ ନିଜର ।


ଅରଣ୍ୟ ରୋଦନ ତୋ କଲା କରମ


ଭାବଲେ ନିଜକୁ ଲାଗୁଛି ସରମ


ଦରଦ ଅନ୍ତରେ ରହେ ନିରନ୍ତର ॥


ହାତରେ ନ ମାରି ମାରନ୍ତି ଭାତରେ


ଆଖି ପିଛୁଳାକେ ପକାନ୍ତି ଗାତରେ


ଏଇ ତ ତାଙ୍କର ଭଲ ପାଇବା ।


ତୁ ସିନା ଜାଣୁରେ ଏକା ନିଳାଚଳେ


ସୌଭାଗ୍ୟକୁ ମୋର ତୁ ଅଛୁ କପାଳେ


ସେତିକି ବୋଧେ ମୋ ଆଶା ରଖୁଥା II


Rate this content
Log in

Similar oriya poem from Classics