STORYMIRROR

Bikesh Sahu

Inspirational

2  

Bikesh Sahu

Inspirational

ହେ ଈଶ୍ୱର !

ହେ ଈଶ୍ୱର !

1 min
3.0K


ହେ ଈଶ୍ୱର !

ମୁଁ ତ ତୁମରି ଅଂଶଟିଏ

ନାହିଁ ତ ମୋର କିଛି ବି ଅସ୍ତିତ୍ୱ

ହେଲେ କାହିଁକି ଯେ

ବୁଝି ପାରେନା ସେସବୁ

ହଜିଯାଏ ‘ମୁଁ’କାର ରୂପି

ଇନ୍ଦ୍ରଜାଲ ଭିତରେ

ଆଉ ଭାବି ବସେ

ନିଜକୁ ସର୍ବଶକ୍ତିମାନ ।

ନିଜକୁ ମୁକ୍ତ କରିବାକୁ

ପ୍ରତ୍ୟହ କରେ ମୁଁ

କେତେ ଯେ ପ୍ରୟତ୍ନ

ମୋର ସବୁ ଶକ୍ତି

ଲଗାଇଦିଏ ମୁକ୍ତି ପାଇଁ

ହେଲେ ତ ପରେ ନା

ଆହୁରି ଛନ୍ଦି ହୋଇଯାଏ

ମୁକୁଳି ତ ଜମା ପାରେନା ।

ତୁମରି ସୃଷ୍ଟି କୁ କରିବସେ

କେତେ ଯେ ବୈଜ୍ଞାନିକ ତର୍ଜମା

ନିର୍ଦିଷ୍ଟ ଲକ୍ଷ୍ୟ ବି ତ ପାଇଯାଏ

ଆଉ ଉଦ ଘୋଷିତ କରିଦିଏ

ନିଜ ଶକ୍ତି ଓ ସାମର୍ଥ୍ୟର

ହେଲେ ଭୁଲି ଯାଏ

ତୁମ ସୃଷ୍ଟିର ମୁଁ ବି ତ ଏକ ଉପାଦାନ ।

ତୁମ ସୃଷ୍ଟିର ଧୂଳିକଣାଠୁ ହୀନ ହୋଇବି

କାହିଁକି ଯେ ମୁଁ ବୁଝିପାରେନା ସେ ସବୁ

ନିଜେ ମୁଁ ନିଜ ପାଇଁ

ଗଢି ବସେ ଭିନ୍ନ ଏକ ଦୁନିଆ

ଯେଉଁଥିରେ ନିଜକୁ

ସର୍ବସ୍ୱ କରିଦିଏ

ଯେଉଁଥିରେ ନିଜକୁ ସଜେଇ ଦିଏ

ଈଶ୍ୱର ରୂପରେ

ତଥାପି ତ କିଛି କହନା ।

ବିଜ୍ଞାନ ବଳରେ ନିଜକୁ ତ

ଘୋଷିତ କରିଦେଇଛି ଈଶ୍ୱର ରୂପେ

ଯାନ୍ତ୍ରିକ ସଭ୍ୟତାରେ ପାଦ ଥାପି

ନିଜେ ନିଜକୁ ସର୍ବଶକ୍ତିମାନର

ଦେଇ ସାରିଛି ମୁଁ ଆଖ୍ୟା

ତଥାପି ତ ମୁଁ ତୁମର ।

ନିଜ ସବୁ ଅସ୍ତିତ୍ୱ ହରାଇ

ଶେଷରେ ତୁମ ଠାରେ ତ

ମିଶି ଯିବି ମୁଁ

ତୁମ ଠାରୁ ମୁଁ ଆସିଥିଲି

ଶେଷରେ ତୁମଠାରେ ତ

ବିଲିନ ହୋଇ ଯିବି

ତଥାପି ତ ମୋତେ ଆଦରି ନିଅ

ସବୁ ଭୁଲର କ୍ଷମା ଦେଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational