STORYMIRROR

ସନାତନ ଦାସ

Inspirational

4  

ସନାତନ ଦାସ

Inspirational

ହେ ଈଶ୍ୱର

ହେ ଈଶ୍ୱର

1 min
168

ହେ ଈଶ୍ୱର,

ତୁମେ ସର୍ବବ୍ୟାପୀ, 

ନୀଳାମ୍ବର ଆକାଶ ପରି

ଅଜାଡି ଦେଇ ଅଭୟ ଆଶିଷ,

ତୁମ ସନ୍ତାନ ର ମଥାରେ।।


ହେ ଈଶ୍ୱର,

ତୁମେ ନିରାକାର 

ତଥାପି କେତେ ଯେ ରୂପରେ

ପ୍ରତି କ୍ଷଣରେ, ବିରାଜିତ

ଦିବା ରାତ୍ରି କାହାର ଉପାସନା ରେ।।


ହେ ଈଶ୍ୱର,

ତୁମେ ହିଁ ଆରମ୍ଭ

ତୁମେ ହିଁ ଶେଷ

ତୁମେ ହିଁ ଦିନ

ତୁମେ ହିଁ ରାତି

ଅବିରତ ତୁମ ଭାବନା

ଆନ୍ଦୋଳିତ କରେ

ଏ ମନର ଗଭୀର ପ୍ରଦେଶକୁ।।


ହେ ଈଶ୍ୱର,

ବିଶ୍ଵନିୟନ୍ତା ତୁମେ,

ତୁମ ଅଗୋଚରେ

କିଛି ବି ଘଟେନି,

ବର୍ଷା ହୁଏ ନାହିଁ

ନିଦାଘ ଆସେନି

ତୁମ ଅଗୋଚରେ

ସୃଷ୍ଟିର ନୂତନ ସମ୍ଭାବନା

ଏଠି କଳ୍ପନାତିତ, ଅସମ୍ଭବ।।


ହେ ଈଶ୍ୱର

ତୁମେ ହିଁ ସୃଷ୍ଟି

ତୁମେ ହିଁ ବିନାଶ

ତୁମ ବିନା ଏ ସଂସାର

ଅସାର, ସ୍ୱାଦହିନ ଓ ସ୍ଥିତି ହିନ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational