STORYMIRROR

Mamatamanjari Das

Romance

3  

Mamatamanjari Das

Romance

ହେ ବନ୍ଧୁ

ହେ ବନ୍ଧୁ

1 min
223

ଶଦ୍ଦରେ ଶଦ୍ଦରେ ଗଢୁଛି ତୁମକୁ

ପାଲଟିଛି ତୁମ ଶଦ୍ଦର ବିନ୍ଧାଣୀ

ଯେତେ ଭଲଲାଗ ତୁମେ ହୋ ବନ୍ଧୁ

ତା'ଠାରୁ ବେଶୀ ଭଲ ଲାଗେ

ତୁମ ବଂଶୀର ରାଗିଣୀ ......।


ଭାବରେ ଭାବରେ ତୁମକୁ ବାନ୍ଧିଛି

ତୁମ ସହ ଯୋଡି ମୋ ହୃଦୟର

ଭାବ କାହାଣୀ

ଯେତେ ଅଭାବରେ ରଖିଲେ ବନ୍ଧୁ ହେ

କେବେ ଭୁଲିପାରୁନି ମୁଁ

ତୁମର ସେ ମନଲୋଭା ବାଙ୍କ ଚାହାଣୀ ....।


ପ୍ରେମର ଫୁଲରେ ଗଜରା କରିଛି

ପାଇବାକୁ ତୁମ ପ୍ରେମ ନିର୍ଝରିଣୀ

ଯେତେ ଦୁଃଖ ଦିଅ ସହିବି ବନ୍ଧୁ

ସାଜି ତୁମ ପ୍ରେମ ବିରହିଣୀ ......।


ଅଛୁଆଁ ହେଲେ ବି ଭାବରେ ଛୁଉଁଛି

ସାଜି ତୁମ ପ୍ରିତୀ ପୂଜାରିଣୀ

ଯେତେ ଅଛୁଆଁ ରଖିବ ହେ ବନ୍ଧୁ

ସେତେ ହେବି ପାଗଳୀ ନି ......।


ଥରୁଟିଏ ଯଦି ହାତ ବଢାଇବ

ଛାଡିଦେବି ଲୋକ ଲାଜ

ଷୋଳ ସହସ୍ର ଗୋପୀଙ୍କ ମେଳରେ

ତୁମ ସହ ବନ୍ଧୁ

ନିତି ରଚିବି ମୁଁ ରାସ.....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance