ହେ ଅମର ବୀର ପୁରୁଷ
ହେ ଅମର ବୀର ପୁରୁଷ


ହେ ଅମର ବୀର ପୁରୁଷ
ଘେନ ଆମର କୋଟି ପ୍ରଣାମ,
ତୁମେ ଯୁଗ ଯୁଗ ନିମନ୍ତେ
ରଖିଲ ଓଡିଶାର ସୁନାମ l
ଲଢୁଆ ନେତା ବୀର ଚାହାଣୀ
ଜାତିର ଥିଲ ମଉଡମଣି,
ତୁମର ଗିର, ଅଶୀର ଧାର
ଶତ୍ରୁର ଦିଏ ମସ୍ତକ ହାଣି l
ଇଂରେଜୀ ସହ କରି ବିଦ୍ରୋହ
ଦେଖାଇଥିଲ ଯୋଦ୍ଧା ପରାକ୍ରମ ।
ଓକିଲ ହୋଇ ନିଜ ରାଜ୍ୟ ପାଇଁ
କରିଥିଲ ଭାଷାର ଉନ୍ନତି,
ଆଜିବି&nbs
p;ସର୍ବେ ଝୁରୁଛନ୍ତି ଗର୍ବେ
ଭୁଲି ନାହାନ୍ତି ଓଡ଼ିଆ ଜାତି l
ଓଡିଶା ବାସୀ ହେଲେ ସାହସୀ
ଦେଖି ତୁମର ମହାନ କାମ l
ହେ ମଧୁବାବୁ, ମନେ ରଖିବୁ
ତୁମର ନୀତି ଓ ଆଦର୍ଶକୁ,
ଦିନେ ନା ଦିନେ, ରଖିଛୁ ମନେ
କଳା ଘୋଡା ଆମେ ଚଢିବାକୁ l
ବରିଷ୍ଟର ହେବୁ, ବିଲାତ ଯିବୁ
ରଖିବରେ ଓଡିଶାର ନାମ l