Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jyochhna rani Devi

Inspirational

4  

Jyochhna rani Devi

Inspirational

ହାଟ ବାହୁଡା

ହାଟ ବାହୁଡା

1 min
218


ହାଟ ବାହୁଡା ମୁଁ ବାହୁଡିବି ଦିନେ

  ମୁଖରିତ ଏହି ସ୍ଥାନୁ

ହିସାବ କିତାବ ସରିଥିବ କିନା

  କ୍ଳାନ୍ତଶ୍ରାନ୍ତ ଥିବ ତନୁ ।


ଜୀବନ ସଉଦା କରୁକରୁ ନିତି

  ବିପଣିମାଳାରେ ହଜି

ଲାଭକ୍ଷତିର ତ ହିସାବ ନଥିବ

ପ୍ରାଣ ଯହିଁ ଥିବ ମଜ୍ଜି ।


କାହାଠୁ ଛାଡିଲି କାହାଠୁ ଭିଡିଲି

  ଦେଲା କିଏ ନେଲା କିଏ

ପାପ କଲି କେତେ ପୁଣ୍ୟ କଲି କେତେ

  କଲିନାହିଁ ପରବାଏ ।


ସକାଳରୁ ସଂଜ ଦିନପରେ ରାତି

 ଅଣଲେଉଟା ସେ ଗଡେ

ଜୀବନର ଗାଡି ରହିବ କେଉଁଠି

  ଅବିରତ ପରା ଦୌଡେ ।


ହାଟର ହାଟୁଆ ମିଶିଲି କାସାଥେ

  ହେଲା କିଏ ମୋର ସାଥି

ହସଖୁସି ବାଣ୍ଟି କାହାକୁ ନିଜର

  କଲି ମୁଁ ଯେ କେଉଁମତି ।


ରାଗରୁଷା ମାନ ଅଭିମାନ କେତେ

  ଦେଣାପାଉଣା ହିସାବ

କରିବା ସହଜ ନୋହିଲା ଜୀବନେ

  ଅଛିଣ୍ଡା ଅଙ୍କ ସ୍ଵଭାବ ।


କିଏ ତ ବୁଝିଲା କେଉଁପରି କେତେ

  ହୃଦୟ ଗଭୀର କଥା

କିଏ ଆଦରିଲା କେଉଁପରି ହେଲେ

  କିଏ ଦେଲା କେତେ ବ୍ୟଥା ।


ହାଟବାହୁଡା ମୁଁ ବହିଯିବି କାନ୍ଧେ

  ସରି ନ ଥିବା ଗଣ୍ଠିଲି

ଫିଟାଇବ ସିଏ କରିବ ହିସାବ

 ଦରବାର ଅଛି ଖୋଲି ।


Rate this content
Log in

Similar oriya poem from Inspirational