STORYMIRROR

Jayashree Maharana

Inspirational

4  

Jayashree Maharana

Inspirational

ହାତ ସାଥେ ହାତ ମିଶାଇବା ଆସ

ହାତ ସାଥେ ହାତ ମିଶାଇବା ଆସ

1 min
22.9K

ପବିତ୍ର ଉତ୍କଳ ଜନମ ଭୂମିର ଯୋଗ୍ୟ ଦାୟାଦ ଆମେରେ

ହାତ ସାଥେ ହାତ ମିଳାଇବା ଆସ ନରଖି ସ୍ୱାର୍ଥ ମନରେ

ଜାତି ପୀରତିର ସୁମଧୁର ମନ୍ତ୍ର ସର୍ବେ ଗାଇବା ତୁଣ୍ଡରେ

ପୂର୍ବ ଗଉରବ ଫେରାଇ ଆଣିବା ନିଷ୍ଠା ଉଦ୍ୟମ ବଳରେ ।


ଦୁର୍ମୂଲ୍ୟ ସଂସ୍କୃତି କଳା କଉଶଳ ଭାଷାକୁ ଆଦର କରି

ଧର୍ମ ସାହିତ୍ୟର ସୁରକ୍ଷା କରିବା ହୃଦୟେ ଶରଧା ଭରି

ଅନ୍ଧ ବିଶ୍ୱାସ ଓ କୁସଂସ୍କାର ଯେତେ ସମାଜରୁ ଦେବା ହରି

ଅଜ୍ଞାନ କାଳିମା ଦୂର କରିଦେବା ଜ୍ଞାନର ମଶାଲ ଧରି ।


ମାନବ ଧର୍ମର ଗୁଣଗାନ କରି ସମାଜ ଉନ୍ନତି ପାଇଁ

ବେକାରୀ ସମସ୍ୟା ହଟାଇବା ଆମେ କର୍ମରେ ତତ୍ପର ହୋଇ

ପ୍ରକୃତି ପ୍ରଦତ୍ତ ଭୂତଳ ସମ୍ପଦ ଉପଯୋଗେ ଧ୍ୟାନ ଦେଇ

ଦାରିଦ୍ର୍ୟ କଷଣ ନାଶ କରିଦେବା ନିଃସ୍ୱାର୍ଥ ଭାବନା ନେଇ ।


ସତ୍ୟପଥରେ ଚାଲିବା ଗର୍ବରେ ତ୍ୟାଗ ବୀରତ୍ବକୁ ସ୍ମରି

ସୁନ୍ଦର ଉତ୍କଳ ସମାଜ ଗଢିବା ମନରେ ଉତ୍ସାହ ଭରି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational