STORYMIRROR

ଲିମନ ଦିଦି

Inspirational

3  

ଲିମନ ଦିଦି

Inspirational

ହାତ ଛାଡିଲା ପରେ

ହାତ ଛାଡିଲା ପରେ

1 min
289

        

ମାଆ ହାତ ଛାଡିଲା ପରେ

ପାଦ ପଡେ ଅବାଟରେ

ବାପା ହାତ ଛାଡିଲା ପରେ

କୁସଙ୍ଗରେ ଦିନ ସରେ

ଭାଇ ହାତ ଗଲେ ଗଲେ ଦୂରେ

ଦୁଃଖ କହିଲେ ନସରେ

ଭଉଣୀ ଗଲେ ଶାଶୁ ଘରେ

ନିସହାୟ ହାତ ଧରେ ।

ଗୁରୁ ହାତ ଛାଡିଲେ ଥରେ

ବିପଦଟା ଆଖି ମାରେ

ସ୍ତ୍ରୀ ଛାଡି ଗଲାପରେ

ଦିନ ବିତେ ବିଜନରେ

ପୁଅ ହାତ ଗଲେ ଦୂରେ

ଅସୀମ ଅଶ୍ରୁ ଆସେ ଆଖିରେ ।

ଝିଅଟା ନଥିଲେ ପାଖରେ

ଅଙ୍ଗ ପ୍ରତ୍ଯଙ୍ଗ ଖୋଜି ମରେ

ଭାଇ ବନ୍ଧୁ ନଥିଲେ ପାଖରେ

ନିରାଶାରେ ଘର ଭରେ

ତୋ ହାତ ଟିକେ ଛାଡି ଦେଲେରେ ।

ସବୁ ଥାଇ ନିଃସ୍ବତା ଚତୁର୍ଦିଗରେ

ଏ ହାତ ଥାଉ ସଦା ତୋ ହାତରେ

ତୋର ହୋଇ ରହିବି ଶାନ୍ତିରେ

ସବୁ ହାତ ଛାଡିଲା ପରେ ।

                     



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational