STORYMIRROR

Basanti Pattnaik

Inspirational

3  

Basanti Pattnaik

Inspirational

ହାରିବାନି

ହାରିବାନି

1 min
218

 ଜୀବନ ତ ଅଟେ ଏକ ଯୁଦ୍ଧ

ହାରିବା, ଜିତିବା ଦୁଇଟି ଦିଗ

ଏହି ଯୁଦ୍ଧରେ ବିଷାଦ ରହିଛି

ଦୁଃଖ ତାଡନା ଶୋଚନା ଭରିଛି

ଶରୀର ଅଛି ତ ବ୍ୟାଧି ରହିଛି

ମନ ଅଛି ତ ଭାବନା ରହିଛି

ଜୀବନେ ଆସିବ ଅନେକ ବାଧା

ଏହି ବାଧାକୁ ନ ଡରି ଆଗେଇ ଯିବା

ଶରୀର ଅଛି ତ ରୋଗ ଆସିବ

ନ ଡରି ଲଢିବା ଏ ରୋଗ ସହିତ

ଅଧୁନା କୋରୋନା ରାକ୍ଷସୀ ମାଡି ବସିଛି

ଡରାଇ ସବୁଙ୍କୁ ଘାଇଲା କରିଛି

ସବୁରି ଭିତରେ ଖୁସି ଖୋଜିବା

ଛୋଟ ଛୋଟ ଖୁସି କୁ ଭଲରେ ପାଳିବା

ଘରେ ରହିବା ନିୟମ ମାନିବା

ଦୁଃଖ ଭିତରେ ଖୁସି ଖୋଜିବା

ସୁଖ ଦୁଃଖ ରୋଗ ବ୍ୟାଧି

ଏହି ସବୁତ ଜୀବନସାଥି

ସବୁରି ଭିତରେ ଆମେ ବଞ୍ଚିବା

ଜୀବନ ଯୁଦ୍ଧରେ ହାରି ନଯିବା

ଖୁସି ନିଜ ଭିତରେ ଖୋଜି ବୁଲିବା

ସୁସ୍ଥ ରହିବା ନିରୋଗ ରହିବା

ସୁସ୍ଥ ସମାଜ ଗଢି ତୋଳିବା

ସୁସ୍ଥତା ପରା ସବୁଠାରୁ ବଡ଼ ଧନ

ଏହାକୁ ଆଧାର କରି ଗଢ ଜୀବନ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational