STORYMIRROR

Dharitri Das

Inspirational Children

3  

Dharitri Das

Inspirational Children

ଗୁରୁଦିବସ

ଗୁରୁଦିବସ

1 min
179


ବ୍ୟାସଦେବ ପରି ମହାନ ପଣ୍ଡିତ

      ପରୀକ୍ଷାରେ ଉପନୀତ

ଶବର ବାଳକକୁ ପୁଜିଲେ କରି

      ଗୁରୁ ରୂପେ ସମ୍ମାନିତ।

ପାଦଧୌତ କରି ଆସନେ ବସାଇ

     ନିଜେ ତଳେ ବସି ଗଲେ

ଆଦର ସହିତ ଆତିଥ୍ୟ ପ୍ରଦାନେ

     କୁଣ୍ଠାବୋଧ ନ କରିଲେ।

ସେଥିପାଇଁ ସିନା ତାଙ୍କ ଦତ୍ତ ବିଦ୍ୟା

      ଚିରସ୍ଥାୟୀ ହୋଇଥିଲା

ଏକଥାକୁ ବାରେ ହେଜ କର ଆହେ

       ଆଜିକାଲିକାର ପିଲା।

ଗୁରୁଙ୍କୁ ସମ୍ମାନ     ଦେଇ ନିଜ ଜ୍ଞାନ

        ବର୍ଦ୍ଧିତ କରିବା ପାଇଁ

ସଚେତନ ହୁଅ     ଉଚିତ କର୍ମରେ

    ସନ୍ତୋଷ ହୋଇବେ ସେହି।

ଗୁରୁ ଆଶୀର୍ବାଦ   ମିଳିଗଲେ ଜାଣ

      ମୁକ୍ତି ମିଳିଯିବ ତୋତେ

ଗୁରୁ ହିଁ ସାକ୍ଷାତ      ଈଶ୍ୱର ଏକଥା

      ସର୍ବଦା ଯିବୁ ପରତେ।

ରୁଦ୍ର ତାପ ପରି        ଶିଥିଳ ପଡିବ

       ବିପଦ ଟଳିବ ଶେଷେ

ସବୁ ଅସମ୍ଭବ        ସମ୍ଭବ ହୋଇବ

      ଆଶୀର୍ବାଦର ସ୍ପରଷେ।

ପିତାମାତା ଆମ       ପ୍ରଥମ ଗୁରୁଟି

      ଏକଥା ଭୁଲିବା ନାହିଁ

ଜୀବ ଥିବା ଯାଏଁ ତାଙ୍କ ପାଦ ସେବା

       କରିବା ମନକୁ ଚାହିଁ।

ବୃଦ୍ଧାଶ୍ରମ ନ ରହିବ ଆମ ଦେଶେ

      ତାଙ୍କରି ସେବା କରିବା

ଆମେ ସବୁ ପିଲା ମିଳିମିଶି ଆସ

       ତାଙ୍କୁ ହିଁ ଗୁରୁ ଭାବିବା।

ନିଜ ସ୍ନେହେ ବାନ୍ଧି ରଖିବା ତାହାଙ୍କୁ

       ଅନାଥ ନକରି କେବେ

ଭକ୍ତିଭରେ ପୂଜି    ପୟର ତାଙ୍କର

      ସନ୍ତୋଷ କରିବା ଭବେ।

ରକ୍ତ ସମ୍ପର୍କକୁ     ଭୁଲି ଆଦରିବେ

       ଯେବେରେ ସେହି ତୁମକୁ

ସାର୍ଥକ ହୋଇବ    ଜୀବନ ତୁମର

        ଧ୍ୟାନ ଦେଵ ଏକଥାକୁ।

ଆସ ଆସ ଆମେ ଶପଥ ନେବାରେ

         ପବିତ୍ର ଗୁରୁ ଦିବସେ

ଗୁରୁ ଗୁରୁଜନେ    ସମ୍ମାନ ଦେବାକୁ

       ଆଗେଇ ଯିବା ହରଷେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational