Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Inspirational

3  

Jagannath Das

Inspirational

ଗୁରୁଦେବ ପ୍ରଶସ୍ତି

ଗୁରୁଦେବ ପ୍ରଶସ୍ତି

1 min
145


ଆହେ ପ୍ରେମମୟ

ଗୁରୁଦେବ ତୁମେ

କେତେ ମୋତେ ପାଅ ଭଲ ।


ନିଜର କରି ମୋ

ଚୁନା ସଂସାର କୁ

ସୁନା କରି ଗଢି ଦେଲ ପଦ ।


ମୁଁ ମଜିଥିଲି

ଆତ୍ମ ପ୍ରୀତି କର୍ମେ

ବୁଝିନପାରିଲି

ମୋର ଏ ମରମେ ।


ନିନ୍ଦା ଘୃଣା ଅପମାନ ହସି ସହିଛ

କଷଣ ଜୀବନେ ମୋହର

ପ୍ରେମ ଭରିଲ ।


ମୁଁ ମାଗୁଥିଲି

ଧନ ଜନ ମାନ

ବୁଝି ନ ପାରିଲି

ତଵ ପ୍ରୟୋଜନ

ରଶ ଭରା ଭବ ସିନ୍ଧୁ

ମୁଁ ଏକ କ୍ଷୁଦ୍ର ବିନ୍ଦୁ

ଅକାତ କୁ ପ୍ରଭୁ ସଜାଡି ଦେଲ ।


ମାଗୁଣି ମୋହର ତଵ ଶ୍ରୀ ପୟରେ

ରାଧା ମଧୁ ନାମ

ବାଜୁ ମୋ ଅନ୍ତରେ

ନିନ୍ଦା ଘୃଣା ଅପମାନ

ସବୁ ସହିଛ

ଦୁଃଖୀ ଦୀନ ଜନକୁ ତୁମେ

ଜୀବନ ଦେଲ ।


Rate this content
Log in

Similar oriya poem from Inspirational