STORYMIRROR

Sushree sangita Swain

Inspirational

3  

Sushree sangita Swain

Inspirational

ଗୁରୁ

ଗୁରୁ

1 min
11.7K

ଜୀବନର ଚଲାପଥ ପରେ

ତୁମ ସ୍ମୃତି ବିସ୍ମୃତି ର ସ୍ଥିତି

ଅନ୍ତରଙ୍ଗ ମୁହୂର୍ତ୍ତ ସବୁର

ହିସାବ ନିକାଶ ପ୍ରିୟା ପ୍ରୀତି

ସଂସାର ଉପବନରେ ଆମେ

କ୍ଷୁଦ୍ର ସବୁ ତରୁଲତା ଡାଳ

ସ୍ନେହ ପ୍ରେମ ସଦିଚ୍ଛା ବାରିରେ

ପରିପୁଷ୍ଟ ଜୀବନ ସକଳ

ଜୀବନ ଜିଜ୍ଞାସା ଅଭିପ୍ସାର

ଅନ୍ଧକାର ଠେଲି ଦେଇ ଦୂରେ

ଜ୍ଞାନ ବିଜ୍ଞାନର ଦର୍ଶନ ଦେଇ ବାନ୍ଧିଥିଲ

ମମତାର ଡୋରେ

ବ୍ରହ୍ମା ତୁମେ, ତୁମେ ସ୍ୱୟଂ ବିଷ୍ଣୁ

ତୁମେ ସତେ ଭୋଳା ମହେଶ୍ୱର

ତିମିରାନ୍ଧ ଜୀବନ ରାଜଦାଣ୍ଡେ

ହେଲେ ପଥଭ୍ରଷ୍ଟ ଦିଶାହୀନ

ତୁମ ସ୍ମୃତି ଆମ ପାଇଁ

ହେଉ ଆଲୋକ ବର୍ତ୍ତିକା

ହେ ମହାନ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational