STORYMIRROR

Anita Jena

Inspirational

4  

Anita Jena

Inspirational

ଗୁରୁ

ଗୁରୁ

1 min
61

ଗୁରୁ ଯେ ସାଜନ୍ତିି ମେରୁଦଣ୍ଡ

      ଏକ ସୁସ୍ଥ ସମାଜର

ଗୁରୁଙ୍କ ବିନା ଛାତ୍ର ଜୀବନ

   ପାଲଟି ଯାଏ ଅନ୍ଧକାର


ଗୁରୁ ଯେ ବ୍ରହ୍ମା, ଗୁରୁ ବିଷ୍ଣୁ

  ଗୁରୁ ଯେ ଦେବ ମହେଶ୍ୱର

ଗୁରୁଙ୍କୁ ଛାଡି ଉନ୍ନତ ଦେଶ ର

  ପରିକଳ୍ପନା ଯେ ଅସାର


ଦିବ୍ୟ ଜ୍ଞାନ ର ଜ୍ୟୋତି ଖେଳାଇ

  ଗୁରୁ ଯେ ବାଣ୍ଟନ୍ତି ଜ୍ଞାନ

ଏକ ସୁଛାତ୍ର ଜୀବନରେ

 ଗୁରୁଙ୍କର ଥାଏ ଅମୂଲ୍ୟ ଦାନ


ଅଜ୍ଞାନ ଅନ୍ଧାର ମିଶା ଦୁନିଆ କୁ

   କରି ଆଲୋକିତ

ସରସ, ସୁନ୍ଦର୍ କରନ୍ତି ଜୀବନକୁ

  ସାଜି ଭିନ୍ନ ଏକ ମାର୍ଗଦର୍ଶକ


ସାଜନ୍ତି କେବେ ସେ ପିତାମାତା

  ଶିଖାନ୍ତି ବ୍ୟକ୍ତିଗତ ଜୀବନର ମାନ

କେବେ ପୁଣି ସାଜି ଭଲ ସାଙ୍ଗ ଟିଏ

 ବୁଝାନ୍ତି ମନ୍ଦ ଅଭ୍ୟାସ ର କୁପରିଣାମ  


କେବେ ସେ ସାଜନ୍ତି 

   ଉପଦେଶ ଭରା ଗ୍ରନ୍ଥ ଟିଏ

କେବେ ପୁଣି କଡ଼ା ତାଗିଦ୍ କରି

  ଦେଖାନ୍ତି ସଫଳତା ର ବାଟ ଟିଏ


ସୁସ୍ଥ ଏକ ସମାଜ

   ଉନ୍ନତ ଏକ ଦେଶ

ଯହିଁ ରେ ଗୁରୁଙ୍କ ଅବଦାନ

   ସଦା ଅତୁଳନୀୟ


ଗୁରୁଙ୍କ ପାଦ ପୟରେ ସଦା

    ନତ ମସ୍ତକ ଆମ୍ଭର,

ଗୁରୁ ଯେ ନୁହନ୍ତି ସାଧାରଣ

  ଈଶ୍ୱର ସାଜନ୍ତି ଆମ ଜୀବନର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational