Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhinaba Pattniak

Children

4  

Abhinaba Pattniak

Children

ଗୁରୁ

ଗୁରୁ

1 min
256



ଗୁରୁ ଯେ ସାକ୍ଷାତେ ଈଶ୍ୱର

ଏକଥା ମନେ ରଖ ହେ ନର ।


ତାଙ୍କ କଥାମାନି ହୁଅ ଅଗ୍ରସର

ତାହେଲେ ପାଇବୁ ମୁକତି ପଥର ।


ସ୍ୱର୍ଗ ମର୍ତ୍ତ୍ୟ ପାତାଳ ସବୁଠାର

ଗୁରୁଙ୍କ ମହିମା ଅଟଇ ଅପାର ।


ତାଙ୍କ କୃପା ବଳେ ଅସାଧ୍ୟ ସାଧିତ

ତାଙ୍କ ମହିମାରେ ଜଗତ ଚକିତ ।


ଗୁରୁ ଆଶୀର୍ବାଦେ ଶୁଷ୍କ ତରୁ ପଲ୍ଲବିତ

ତାଙ୍କ ସେବା ଯେ ଅଶ୍ଵମେଧ ଯଜ୍ଞ ପ୍ରାୟତ ।


ଅଶ୍ଵମେଧ ଯଜ୍ଞ ଫଳ ସମ ଗୁରୁସେବା ଅଟଇ

ଗୁରୁ ବାକ୍ୟ କେବେ ହେଁ ଅନ୍ୟଥା ନୁହଁଇ ।


ଗୁରୁ ପାଦ ପଦ୍ମେ ଧ୍ୟାନ ସର୍ବଦା କରୁଥାଇ

ତାକୁ କେବେ ହେଁ ବିପତ୍ତି ଛୁଇଁ ନ ପାରଇ ।


ଗୁରୁଙ୍କୁ ଧ୍ୟାୟୀ ସର୍ବଦା କର୍ମ ଆରମ୍ଭିବ 

ଗୁରୁ ବାକ୍ୟେ ସର୍ବଦା ଲୟ ରଖିଥିବ ।


ପିତାମାତା ଗୁରୁ ଯେ ଶିକ୍ଷାଦାତା ଗୁରୁ

ଅବଧୂତ ଗୁରୁ ସହିତେ ତାଙ୍କ ଚବିଶ ଗୁରୁ 

ସେ ସବୁ ଗୁରୁଙ୍କୁ ଧ୍ୟାୟୀ ହୁଅରେ ମହାମେରୁ ।



Rate this content
Log in

Similar oriya poem from Children