STORYMIRROR

Ghanashyam Jena

Inspirational

4  

Ghanashyam Jena

Inspirational

ଗୁରୁ ମହିମା

ଗୁରୁ ମହିମା

1 min
405


ଗୁରୁ ବ୍ରହ୍ମା,ବିଷ୍ଣୁ,ଈଶ୍ଵର, ଜଗତର ଠାକୁର,

ଗୁରୁ ସାକ୍ଷାତେ ପରଂବ୍ରହ୍ମ,ପଦେ ପ୍ରଣତି ମୋର।୧।

ଜଗତକୁ ଗୁରୁ ମଣିବା, ଗୁରୁମୟ ଜଗତ

ସେହି ସତ୍ତା ବଳେ ଜଗତ,ହୁଅଇ ଆତଯାତ।୨।

ଜଳ ସ୍ଥଳ ବନ,ପବନ,ଅନ୍ତରୀକ୍ଷ ଗଗନ     

ସବୁଠାରେ ଦିବ୍ୟ ସତ୍ତାର,ପ୍ରକାଶ ବିଦ୍ୟମାନ।୩।

ଜଗତ ମଙ୍ଗଳ କରତା, ଜଗତର ଈଶ୍ୱର,

ଜୟ ଜୟକାର ନାଦରେ,ବନ୍ଦେ ପଦ୍ମ ପୟର।୪। 

ଗୁରୁ ହିଁ ସାକ୍ଷାତ ଈଶ୍ଵର,ଜନେ ନମଣ ନର,

କିଞ୍ଚିତ କୃପାରେ ହୋଇବ,ଭବ ସାଗର ପାର।୫।

ହରି ରୋଷହେଲେ ଉଦ୍ଧରେ,ଗୁରୁ ଶାସ୍ତ୍ର ପ୍ରମାଣ

ଗୁରୁ କଲେ ରୋଷ ଉଦ୍ଧରି,ନପାରେ ନାରାୟଣ।୬।

 ମାତା ପିତା ଆମ ଅଟନ୍ତି, ଆଦ୍ୟ ଗୁରୁ ଆମର,

ତାଙ୍କ ଆଶୀର୍ବାଦ ବଳରେ ମିଳେ ଶାନ୍ତି ଅପାର।୭।

ଗୁରୁ ପଦେ କର ଭକତି, ଢାଳି ମନ ପରାଣ

ସାର୍ଥକ ହୋଇବ ଜୀବନ, ଧ୍ୟାୟୀ ତାଙ୍କ ଚରଣ।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational