STORYMIRROR

Gouri Panda

Classics

2  

Gouri Panda

Classics

ଗୁରୁ ଦିବସ

ଗୁରୁ ଦିବସ

1 min
161



ଆସୁଛି ଦେଖ ଶିକ୍ଷକ ଦିନ

ଜନ୍ମ ନେଇଥିଲେ ରାଧାକ୍ରିଷ୍ଣନ। ୧ ।

ସେ ଅଟନ୍ତି ପରା ମହାନ ଜ୍ଞାନୀ 

ଶିକ୍ଷକ ଜାତି କୁ କରିଲେ ଧନୀ। ୨ ।

କହିଥିଲେ ସେ ତ ଉତ୍ତମ କଥା

ଶିକ୍ଷକ ଦେଶର ଅଟନ୍ତି ମଥା। ୩ ।

ସେପ୍ଟେମ୍ବର ମାସ ପାଞ୍ଚ ତାରିଖ

ଜନମି ଏ ଦେଶେ ରଖିଲେ ଟେକ। ୪ ।

ବ୍ରହ୍ମଣ ଜାତିରେ ଜନମିଥିଲ

ଫିଲସଫି ଶାସ୍ତ୍ରେ ଜ୍ଞାନ ପାଇଲ। ୫ ।

ତୁମ ଜ୍ଞାନ ଦେଖି ଦେଶ ଚକିତ

ଭାରତରତ୍ନ ରେ କଲା ଭୂଷିତ। ୬ ।

ବୁଝିଥିଲେ ସେ ଶିକ୍ଷକ କଷ୍ଟ

ତେଣୁ କହିଥିଲ ଶିକ୍ଷକ ଶ୍ରେଷ୍ଠ। ୭ ।

ଭଲପାଅ ବୋଲି ଗୁରୁ ମାନଙ୍କୁ 

ସମ୍ମାନ ଏ ଦିନେ ସମର୍ପି ତାଙ୍କୁ। ୮ ।

ତୁମରି ବାର୍ତ୍ତା ରେ ଅନୁପ୍ରାଣିତ 

ଶିକ୍ଷକ ସମାଜ ଆଜି ଗର୍ବିତ। ୯ ।

ତୁମ ଆଧାର ରେ ଚାଲିଲେ ନୀତି

ସଂସ୍କାରିଦ ହେବ ଶିକ୍ଷକ ଜାତି। ୧୦ ।

ଚିରସ୍ମରଣୀୟ ରହିଛ ତୁମେ 

ଶିକ୍ଷକ ଦିବସ ପାଳୁଛୁ ଆମେ। ୧୧ ।



Rate this content
Log in

Similar oriya poem from Classics