STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

ଗୁରୁ ବ୍ରହ୍ମା

ଗୁରୁ ବ୍ରହ୍ମା

3 mins
8

ଘରେ କାମ କରୁଥିବା ରମା ବୋଲି ସ୍ତ୍ରୀ ଲୋକଟା ଦୁଇରୁ ଅଧିକ ଜିନିଷ ଦେଖିଲେ ମାଗିଥାଏ. ଏମିତିରେ କୁହାଯାଏ କି ମାଗିକରି ନେବ ପଛେ ଚୋରି କରିବ ନାହିଁ କିନ୍ତୁ ମାଗିବାରେ ମଧ୍ୟ ଗୋଟେ ସୀମା ଥାଏ ଏକଥା ରମାକୁ ହୁଏତ ଜଣା ନଥିଲା. ମାଗିବାର ମଧ୍ୟ ସ୍ଥାନ, କାଳ, ପାତ୍ର ଥାଏ ବୋଲି ରମାକୁ ଜଣା ନଥିଲା କି କଣ କେଜାଣି ଘରକୁ କାମ କରିବାକୁ ଆସିବାର ଏକ ସପ୍ତାହ ଭିତରେ ନାତି ପାଇଁ ଖେଚେଡ଼ି ରା଼ନ୍ଧିବାକୁ ପ୍ରେସରକୁକରଟିଏ ମାଗି ବସିଲା. ନାତି କଥା କହୁଥିବାରୁ ସବୁଠୁ ଛୋଟ ପ୍ରେସରକୁକରଟି ତାକୁ ଦେବାକୁ ବାଧ୍ୟ ହେଲେ ପ୍ରୀତି. ଆଉ ପନ୍ଦର ଦିନ ଯାଇଛି କି ନାହିଁ ରମା ମାଗିବାସିଲା ଥର୍ମୋଫ୍ଲାସଟିଏ. ତାର ନାତୁଣୀର ଦେହ ଖରାପ ହେଉଥିବାରୁ ଗରମ ପାଣି ଭରି ରଖିବାକୁ ତାର ଖୁବ ଦରକାର ହେଉଛି କହୁଥିଲା. ପ୍ରୀତି ଦେଖିଲେ ଘରେ ଦୁଇଟା ଦେଖି ସେ ମାଗୁଛି ତେଣୁ ପୁରୁଣାଟିକୁ ଦେଇ ଦେଇ ଏଣିକି ଅଧିକ ଥିବା ବା ଦୁଇରୁ ଅଧିକା ଥିବା ଜିନିଷକୁ ଷ୍ଟୋର ଘରେ ଲୁଚାଇ ରଖିବାକୁ ବାଧ୍ୟ ହେଲାବେଳେ ଘରକୁ ଆସୁଥିବା ଏ ନୂଆ କାମବାଲି ରମାର ଏ ମାଗିନେବା ପ୍ରକୃତି ଚର୍ଚ୍ଚା ପରିସରକୁ ଆସି ସାରିଥିଲା ତ ପୁଅ କହୁଥିଲା ଏଥର ସେ ଯାହା ମାଗିବ ବାପାଙ୍କୁ କହିବୁ କିଣିକି ଦେବେ. ଝିଅ କହୁଥିଲା ସେ ଯାହା ମାଗୁଛି ବାପାଙ୍କୁ ପଚାରି ଦେଉଛୁ ନା ନାହିଁ. ଏଣିକି ବାପାଙ୍କୁ ପଚାରିକି ଦେବୁ. ପୁଅ ଝିଅ ଏମିତି କହିବାର କାରଣ ତାଙ୍କ ବାପା ହିଁ ରମାକୁ ଠାଵ କରି ଖୋଜିଆଣିଥିଲେ. ତାଙ୍କର ଜୈନିକ ସାଙ୍ଗ ଘରେ ରମା କାମ କରୁଥିବାରୁ କାମବାଲି ଖୋଜୁଥିବା କଷ୍ଟକୁ ଲାଘବ କରି ସେହି ବନ୍ଧୁ କହିଥିଲେ ତୁମ ଘରେ ଗୋଟେ ଓଳି ଓ ଆମ ଘରେ ଗୋଟେ ଓଳି କାମ କରୁ ବିଚାରୀ. ଏବେ କିନ୍ତୁ ତାର ଏଇ ମାଗିନେବା ଗୁଣଟିର ଚର୍ଚ୍ଚା ସ୍ୱାମୀଙ୍କ ପାଖରେ ଫର୍ଚ୍ଚା ହେଲାପରେ ସେ ବନ୍ଧୁଙ୍କୁ ଜଣାଇବାରୁ ସେ କହିଥିଲେ ଆଉ ଗୋଟେ ଦିନ ନେବ କହି ଟାଳି ଦିଅ. ଆମେ ସେମିତି କରୁଛୁ.
    କହିବା ସହଜ କିନ୍ତୁ କାମରେ ଦେଖେଇବା ଅସହଜ. କେଵେ ରମା ଗନ୍ଥାଟିଏ ମାଗୁଥିଲା ନାତି ପାଇଁ ତ କେଵେ ବାଲ୍ଟିଟିଏ ପାଣି ରଖିବା ପାଇଁ ତ ଏଣିକି ଦିଲ୍ଲୀରେ ରହୁଥିବା ପୁଅ ଏକଦମ ଚିଡି ଯାଇ କହୁଥିଲା ତାକୁ କହିଦେ ମାଆ ଯେ ମାସକୁ ଗୋଟେ ଜିନିଷ ମାଗୁ. ଝିଅ ଶାଶୁଘରୁ କହୁଥିଲା ଭଲ ଜିନିଷ କିଛି ମଗେଇଲେ ମୁଁ ଗୋଟେ ଶାଶୁଙ୍କ ବ୍ୟବହାର ପାଇଁ ଓ ଗୋଟେ ମୋ ବାପା ମାଆଙ୍କ ବ୍ୟବହାର ପାଇଁ ମଗାଇନେଉଥିଲି. ଏଣିକି ଗୋଟିଏ ହିଁ ମଗେଇବି. ତୋର ଦରକାର ହେଲେ ଭାଇ କିଣିବ. ପ୍ରୀତି କହନ୍ତି ନା ନା ମୁଁ ତତେ ହିଁ କହିବି ତୁ ବରଂ କହିଦେବୁ ଆଉ କିଛି ଦିନ ଯାଉ. ହସ ହୋଇଥିଲା ଖୁବ. ପରେ କିନ୍ତୁ ପ୍ରୀତି ଭାବୁଥିଲେ ଗୁରୁ ବ୍ରହ୍ମାଙ୍କ ପାଖରେ ଦାନବ, ମାନବ ଓ ଦେବତା ପଢୁଥିଲା ବେଳେ ଉତ୍ତମ ବିଦ୍ୟା ଲାଭ କରିଥିଲେ ମଧ୍ୟ ଫେରିବା ସମୟରେ ଗୁରୁଙ୍କ ଆଶୀର୍ବାଦରୁ କିଛି ଅଧିକା ଚାହିଁବାରୁ ଗୁରୁ ସମସ୍ତଙ୍କୁ ଦ ଅକ୍ଷରଟି ଦାନ କରିଥିଲେ. କେହି କିଛି ବୁଝିନପାରି ଗୁରୁ ବ୍ରହ୍ମାଙ୍କୁ ଚାହିଁବାରୁ ଗୁରୁ ବୁଝାଇ କହିଥିଲେ ଦେବତା ମାନଙ୍କ ପାଇଁ ଦ ହେଉଛି ଦମନ. ସ୍ଵର୍ଗରେ ଆକଣ୍ଠ ସୁଖ ସୌଭାଗ୍ୟରେ ବୁଡି ନରହି ଇନ୍ଦ୍ରୀୟ ଦମନ କରିବା ହେଉଛି ଦେବତାଙ୍କ ପାଇଁ ଦ ଅକ୍ଷରର ବରଦାନ. ଦାନବମାନେ ସ୍ୱାର୍ଥପର ହୋଇଥିବାରୁ ସେମାନଙ୍କୁ ଦ ଅର୍ଥାତ ଦୟା ଗୁଣ ଦରକାର ଫଳରେ ମାନବୀୟ ସଦଗୁଣାବଳୀ ସେମାନଙ୍କ ଭିତରେ ବିକଶିତ ହେବ. ସେମାନେ ଆଉ ଋଷିମାନଙ୍କ ଯଜ୍ଞ ଉଜାଡ଼ିବେ ନାହିଁ କି ମାନବର ପତ୍ନୀ ହରଣ କରିବେ ନାହିଁ.
      ମଣିଷମାନଙ୍କ କଥା ଥିଲା ସମ୍ପୂର୍ଣ୍ଣ. ନିଆରା. ମାନବମାନଙ୍କ ମଧ୍ୟରେ ଦ ରୁ ଦୟା ଭାବ ରହିଲେ ସେମାନେ ଦାନ କରିବେ. ଅନ୍ନ, ଜଳ,ବସ୍ତ୍ର, ଅର୍ଥ, ଗୋ ସମ୍ପଦ ତଥା ନିଜ ଅର୍ଜିତ ପୁଣ୍ୟ ସମ୍ପଦ ମଧ୍ୟ ଦାନ କରି ପୁଣ୍ୟ ଅର୍ଜନ କରିବେ. ପୁଅ ଝିଅ ଦୁହେଁ ଆଉ କିଛି କହୁନଥିଲେ ପ୍ରୀତିଙ୍କ ଗୁରୁ ଉପାଖ୍ୟାନ ଶୁଣି ସତ ହେଲେ ମଧ୍ୟ ସଭ୍ୟତା ନାମରେ ସହାନଭୂତି ହରେଇଥିବା ମଣିଷ ଆଜି ଦେଵତ୍ୱ ଅର୍ଥାତ ଇନ୍ଦ୍ରୀୟସୁଖ, ଦାନବତ୍ୱ ଅର୍ଥାତ ଇର୍ଷା, ରାଗ, ରୋଷ, କ୍ରୋଧ, ଅହଙ୍କାର ଆପଣେଇ ଓ ମାନବତ୍ୱ ଅର୍ଥାତ ଦୟା ଭାବ ଦୂରେଇ ଇନ୍ଦ୍ରିୟସୁଖ ପାଇଁ ସମୟକୁ ଅପେକ୍ଷା ନକରି ମଣିଷ ନିଜର ପ୍ରାପ୍ୟ ଛଡାଇ ନେଉଛି. ପୁରାଣ ବର୍ଣ୍ଣିତ ଏମିତି ସବୁ କଥା ମନେପକେଇ ଓ ପୁଅ ଝିଅଙ୍କୁ  ଏସବୁ କଥା କହି ରମା ମାଗୁଥିବା ଜିନିଷ ଦେଇଚାଲିଥିଲେ ପ୍ରୀତି.ରମା କିନ୍ତୁ ଲକ୍ଷ କରୁଥିଲା ମାଗୁଥିବା ଜିନିଷ ମିଳିଲେ ମଧ୍ୟ ମାଆ ପ୍ରୀତି ଆଉ ଗୋଟେ ଦିନ ଯାଉ ବା କିଛି ଦିନ ଯାଉ କହି ମାଗିଥିବା ଜିନିଷଟି ମିଳିଯାଉଛି.


Rate this content
Log in

Similar oriya poem from Action