Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Inspirational

4  

Satyabati Swain

Inspirational

ଗୁଣ୍ଡୁଚି

ଗୁଣ୍ଡୁଚି

1 min
442



ମାତୃଭୂମି ମାତୃଭାଷା ବିଶ୍ୱ ଦରବାରେ

   ପରିଚୟ ଦେବାପାଇଁ

ଗୁଣ୍ଡୁଚି ପରି ରାମ ସେତୁ ପରେ ମୁଠେ

    ବାଲି ଝାଡୁଅଛି ମୁହିଁ ।


ସାରା ଆକାଶ ଟା ଛାଇଯିବା ପାଇଁ

  ଉଡାଣ ଭରିଛି ମୁହିଁ

ଓଡ଼ିଆ ଭାଷାର ଭାରି ମିଠା ସ୍ୱାଦ

    ବାରତାଟି ଦେବାପାଇଁ ।


ବହୁତି ପ୍ରାଚୀନ ଓଡ଼ିଆ ଭାଷା ମୋ

    ଚିପୁଡିଲେ ବହେ ରସ

ଶିର ଟେକି ମୁହିଁ ଗରବେ କହିବି

    ଓଡ଼ିଶାରେ ମୋର ବାସ ।


ଇଙ୍ଗିଲସ୍ ହିନ୍ଦି ଭାଷା ପଶି ଆସି

    ଓଡ଼ିଆ ଅଣନିଃଶ୍ଵାସୀ

ମାଟି ଲଗ୍ନା ମୁଁ ମାଟି ଭାଷାରେ ମଗ୍ନ

    ଧରିଅଛି ମସୀକୁ କଷି ।


ମାତୃଭାଷାର ଭାଷା ଆନ୍ଦୋଳନେ

   ମୁଁ ହେବି ବୀର ସିପାହି

ଧ୍ୟାନ ମୋହର ଓଡ଼ିଆ ଭାଷା ଟେକ

  ବିଶ୍ୱ ରେ ରଖିବା ନେଇ ।


ସୃଷ୍ଟି କରିବି ନୂଆ ନୂଆ ସୃଜନ

   ସମୃଦ୍ଧ ହେବ ମୋ ଭାଷା

ଭାଷା ଅଙ୍ଗନରେ ବିଛେଇ ପଡିବ

    ନୂଆ ସକାଳର ଉଷା ।

    

  


Rate this content
Log in

Similar oriya poem from Inspirational