Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Tragedy

4  

Birakishore Nayak

Tragedy

ଗୁମରି କାନ୍ଦୁଛି ଭାରତ ମାଆ

ଗୁମରି କାନ୍ଦୁଛି ଭାରତ ମାଆ

1 min
205



ଅଖଣ୍ଡ ଭାରତ ସଂସ୍ଥାପନ ପାଇଁ

   ଏବେବି ଜଳୁଛି ଦେଶରେ ନିଆଁ,

ଧରମ ଭିତ୍ତିରେ ଦଙ୍ଗା ଚାରିଆଡେ

   ଗୁମୁରି କାନ୍ଦୁଛି ଭାରତ ମାଆ |

ସନ୍ତ୍ରାସ ବାଦର ଗୁଳି ସୀମାନ୍ତରେ

    ମରୁଛନ୍ତି ନିତି ନିରୀହ ଲୋକେ,

ଉଜୁଡି ଗଲାଣି କେତେ ଯେ ସଂସାର

   ଘରଛାଡି କିଏ ମଲାଣି ଭୋକେ |

ହୀନ ରାଜନୀତି ଚାଲିଛି ଦେଶରେ

   ଛଳନାର ମୁଖା ପିନ୍ଧି ମୁହଁରେ,

ମଣିପୁର ଆଜି ଅଶାନ୍ତେ ଜଳୁଛି

    ଲୁହର ଝରଣା ନାରୀ ଆଖିରେ |

ସମ୍ବାଦ ପତ୍ରରେ ନିତି ଛପାହୁଏ

    ନାରୀ ନିର୍ଯ୍ୟାତନା କଳଙ୍କ ଗାଥା,

କେଉଁଠି ତ ନାରୀ ସତୀତ୍ୱ ହରାଏ

   କେବେ ବି ନୀରିହା ହୁଅଇ ହତ୍ୟା |

ହିନ୍ଦୁ ସଂସ୍କୃତି ବି ଦୋହଲି ଗଲାଣି

    ନିଶାର କବଳେ ତାରୁଣ୍ୟ ହଜେ,

ପିତାମାତା ଆଜି ସୁଧାର ଗୃହରେ

    ଆଖିର ଲୁହରେ ଅତୀତ ଖୋଜେ |

ଦେଶର ଜନତା ବୁଝେନାହିଁ କିଛି

    ଚାଲିଛି ନିଜର ଭାଗ୍ୟ ଆଦରି,

ପ୍ରଚାର ସର୍ବସ୍ବ ମିଥ୍ୟା ପ୍ରଲୋଭନ

    ଦେଖୁଛି ଆଖିରେ ନୂଆ ତସ୍କରୀ |

ଝୁରୁଛି ଅତୀତ ଖୋଜୁଛି ସଂସ୍କୃତି

    ଇତିହାସ ପୃଷ୍ଠା ଗଲାଣି ଚିରି,

କାନ୍ଦୁଛି ମାଟି ମା' ଗୁମୁରି ଗୁମୁରି

   ହୃଦୟେ କୋହକୁ ଅଧୀରେ ଭରି |


Rate this content
Log in

Similar oriya poem from Tragedy