STORYMIRROR

Pranati Mahapatra

Inspirational

2  

Pranati Mahapatra

Inspirational

ଗୁହାରିକରେ ମାଆ

ଗୁହାରିକରେ ମାଆ

1 min
13.8K


ଗଜ ବାହନ କି ଅଶ୍ୱ ବାହନରେ

ଏ ଧରାକୁ ଆସ ଅବତରି,

ପ୍ରତିବର୍ଷ ତୁମେ ପୁତ୍ର ସ୍ନେହେ ଭିଜି

ଢାଳ କରୁଣାର ଆଶିଷ ବାରି।

କେତେ ଫଳପୁଷ୍ପେ ଆଡ଼ମ୍ବର କରି

ଆବାହନ କରେ ପୁତ୍ର ତୁମର,

ମମତା ଡୋରରେ ବାନ୍ଧି ହୁଅ ମାଆ

ଭୁଲିଯାଅ ଦୁଷ୍କର୍ମ ତାହାର।

ତୁମକୁ ପୂଜି ମା ଆଶୀଷ ପାଏ ସେ

ବଳୀୟାନ ହୋଇ ଗର୍ବରେ ଜଳେ,

ଏ ପୂଣ୍ୟ ଧରାକୁ ସରା ମଣି ସିଏ

ନାରୀର ସତୀତ୍ଵକୁ ନେଇ ଖେଳେ।

ଦିନ ଦ୍ଵିପହରେ ବାଟେ ଘାଟେ ଖାଲି

କରେ ଲୁଟ୍ ପାଟ୍ ବିଭୀଷିକା,

ବିଚ୍ ବଜାରରେ ସର୍ବ ସମ୍ମୁଖରେ

କରେ ନାରୀର କିଣାବିକା।

ସବୁ ଦେଖି ଶୁଣି କେମିତି ତୁ ମାଆ

ସହୁଛୁ ଏତେ ଅନ୍ୟାୟ,

ଉପଯୁକ୍ତ ଶାସ୍ତି ଦେ ମା ଆଜି

ତୁଟାଇ ଦେ ସବୁ ମାୟା ମୋହ।

ମଣିଷର ଷଢ଼ରିପୁ ସଂହାରିଣ

ତୋ ଶକ୍ତି ଦେଖାଇ ଦେ ମାଆ,

ଗଗନ,ପବନ ପ୍ରକମ୍ପିତ ହେଉ

ଗୁହାରି କରୁଛି ମାଆ ତୁ ଆ।

ଦୁର୍ଗତି ନାଶିନୀ ଦୁଷ୍ଟ ବିନାଶିନୀ

ମାଆ ଦୁର୍ଗେ ଦଶଭୂଜା,

ଅସତ୍ୟ ଅନ୍ଧାର ହଟାଇ ଦେଇ ମାଆ

ଉଡା ତୋ ବିଜୟ ଧ୍ୱଜା।


ପ୍ରଣତି ମହାପାତ୍ର

ଫକୀରମୋହନ ନଗର

ବାଲେଶ୍ଵର

୮୯୮୪୯୬୫୦୬୭


Rate this content
Log in

Similar oriya poem from Inspirational