STORYMIRROR

Basanti Pattnaik

Tragedy

3  

Basanti Pattnaik

Tragedy

ଗୁହାରି

ଗୁହାରି

1 min
170

ହେ କରୁଣା ମୟ 

       କରୁଣା ସାଗର

କୋରୋନା ଆତଙ୍କରେ

      ଜୀବନ ଥରହର

କୁଢ଼ କୁଢ଼ ମଡରେ

        ଧରଣୀ ଆକୁଳ

ଘରେ ଘରେ ଆଜି

       ଲୁହର ସାଗର

ପ୍ରଥମ ଲହରୀରେ

     ବୁଢ଼ା ବୁଢି ଗଲେ

ଦିତୀୟ ଲହରୀରେ

     କଞ୍ଚା କଷି ଝଡିଲେ

ହେ କରୁଣା ମୟ

     କରୁଣା ସାଗର

ତୋ ଏ ଲିଳା ଖେଳା

     ସର୍ବଙ୍କୁ ଅଗୋଚର

କି ପାଇଁ କ୍ରୋଧ ତୋର

     ଏ ସୃଷ୍ଟି ଉପରେ

ନିଜେ ସ୍ରଷ୍ଟା ହୋଇ

      ନାଶ କରୁଛୁରେ

ଦୁଃଖର ଛାୟା 

      ଜମାଟ ବାନ୍ଧିଛି

କଳାବାଦଲ 

     ଘୋଟି ଯାଇଛି

କୋରୋନାର କବଳରେ

      ସର୍ବେ ଆତଙ୍କିତ

ଘାରୁଛି ମନକୁ

     ଅଜଣା ସଙ୍କେତ

ହେ ଦୟାମୟ

     ବିଶ୍ବ ବିଧାତା

 ସୃଷ୍ଟି କି ରକ୍ଷା କର

     ଆହେ ଜୀବନ ଦାତା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy