STORYMIRROR

Chittaranjan Nanda

Classics

4  

Chittaranjan Nanda

Classics

ଗୁଢ ରହସ୍ୟ? ଅଛି କିଛି ଚାବିକାଠି?

ଗୁଢ ରହସ୍ୟ? ଅଛି କିଛି ଚାବିକାଠି?

1 min
369

ଦିଶୁଛ ସୁନ୍ଦର,

ଲାଗ ବି ନିଜର,

ଚୋରା ଚାହଁ।ଣୀରେ,

କର କି କିମିଆଁ,

ସତେ ସ୍ବପ୍ନ ନଗରୀର ମାୟା,

ରୂପ ଲାବଣ୍ୟର,

ସେହି ସମ୍ମୋହନ,

ଆଶାର ତରଙ୍ଗେ ଭାସେ ଏଇ ମନ, 

ଭାବ ପସରାରେ ହୁଅଇ କଳ୍ପନା ବିଭୋର, 

ନବ ଆଶା ଆକାଂକ୍ଷାରେ, 

ଅମୃତ ଆସ୍ବାଦ ପାଏ ସୁଖ ସପନରେ,

ସ୍ବପ୍ନ ମନେ ଭରେ,

ଦିଏ ନୂଆ ଉଦ୍ଦୀପନା,

ପ୍ରାଣେ ଆଶେ ନୂଆ ସମ୍ଭାବନା,

ଜୀବନରେ ଫୁଟେ ରଙ୍ଗୀନ ଆଶା,

ତୃଷିତ ହୁଏ ତୁମର ସହିତ ମିଳନ ପାଇଁ,

ଖୋଜେ ତୁମର କାଉଁରୀ ପରଶ,

ସପନ ରଙ୍ଗରେ ରଙ୍ଗାୟିତ ମନ,

ତନୁ ହୁଏ ରୋମାଞ୍ଚିତ,  

ଚକ୍ଷୁରେ ଚିତ୍ର ପରି ହୁଅ ଚିତ୍ରାୟିତ,

ତୁମେ ଅଛ ହେ ମାନସୀ ପ୍ରିୟା, 

ମୋ ମନର ଭିତରେ,

ମୋର ସାଥୀ ତୁମେ ପରା,

ତୁମ ମୋହ ଓ ମହକରେ,

ହଜାଇ ଦିଏ ମୋ ନିଦ,

ଆୟୁ ବଢ଼େ ସୁନ୍ଦରତା ବଢ଼େ,

ପିଣ୍ଡରୁ ପରାଣ ଛାଡିଲେ,

ଦେହ ତ ଅସାର, 

ଏନ୍ତୁଡ଼ିରୁ ଶ୍ମଶାନ ପର୍ଯ୍ୟନ୍ତ,

ମଣିଷ ଜୀବନର ଲମ୍ବ,

ତୁମ ଛବି ଭାବି ଭାବି, 

ହୃଦୟ ହୋଇବ ଅସ୍ଥିର,

ଆଙ୍କି ହେବ ସେହି ନକ୍ସା,

ସେତେବେଳେ ସହିବି କିପରି

ସେ ନିଦାରୁଣ କଷଣ ?

ଆଶା ଆଶ୍ଵସନାରେ,

ଧୋକାରେ,

ଚଳିବାକୁ ହେବ, 

ଛଳନାରେ,

ହେବିକି ଅକୁହା ମାଟିର ପିଣ୍ଡୁଳା???

ଥୁଣ୍ଟା ବରଗଛ ???

ଚିନ୍ତା କାହିଁ ପାଇଁ ???

ସେ ତ ଭବିଷ୍ୟତ,

କିପରି ହଜମ କରିବି

ଏ ଗୁଢ ରହସ୍ୟକୁ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics