STORYMIRROR

Pareshchandra Das

Abstract

2  

Pareshchandra Das

Abstract

ଗରିବୀ

ଗରିବୀ

1 min
131

ଗରିବୀ ହଟିଲେ କାହା ପାଇଁ ନେତା

   କାନ୍ଦିବେ କୁମ୍ଭୀର କାନ୍ଦଣା

କାହା କଥା କହି ଭୋଅଟ ମାଗିବେ

   ପାଇବେ ଅନେକ ଯନ୍ତ୍ରଣା

   କୁବେର ବି ଭାରି ସିଆଣା

ଗରିବ ଖାତାରେ  ନାଁ ଲେଖି ବାକୁ

   କରୁଛନ୍ତି କେତେ ମନ୍ତ୍ରଣା

    

    

ରାଜନୀତି ଯୁଗେ ଭୋଅଟ ନୋଅଟ

   ଟ୍ରେଣ୍ଡ ଚାଲି ଅଛି ମାଗଣା

କେଉଁ ପୁଅ ଏଠି  ନ ଦେଇକି ଭଲା

    ଝୁଲାକୁ କରିବ ଭରଣା

   ଆମେ ସବୁ ଯେତେ ଢମଣା

ବୁଲି ବାଲି କରି  ଶେଷକୁ ଭାଇରେ

   ଧରି ଥାଉ ସେଇ ଅଗଣା


ଆଇନି କାନ୍ଦୁଛି    ସକେଇ ସକେଇ

   ଦୁଃସ୍ଥ ଦିଏ କେତେ ଗଞ୍ଜଣା

ଚତୁର ଶୃଗାଳ    ତୋଷାମଦି କରି

   କରେ କେତେ ବାଟ ମାରଣା

    ହୁତେଇ ହୁତେଇ ଧାରଣା

ଦୁଃଖ ହିଁ ଦୁଃଖ ତ  ଗରିବ ଜୀବନେ

    ସତେ ଉପଯୁକ୍ତ ପାଉଣା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract