STORYMIRROR

Prasant Kumar Nath

Inspirational

3  

Prasant Kumar Nath

Inspirational

ଗରିବ

ଗରିବ

1 min
412

ଗରିବ ହୋଇକି ଜନ୍ମହେବା ସିନା

ନିଜର ହାତରେ ନାହିଁ

ସେହି ଗରିବରେ ମରିଗଲେ ତୁମେ

ତାହା ତୁମ ଭୁଲ ପାଇଁ


ନିଜର ଉଦ୍ୟମେ ସଞ୍ଚିପାର ତୁମେ

ନିଶ୍ଚିତ ଅନେକ ଧନ

ଗରିବ କୂଳରେ ଜନ୍ମ ଯଦି ହୁଅ

ଊଣା କରନାହିଁ ମନ


ପଢିବାକୁ ଯଦି ମନେ ତୁମ ଥିବ

ତୁମେ ବି ଟପ୍ପର ହେବ

ସାରା ରାଇଜରେ ଫୁଲଟିଏ ପରି

ତୁମେ ବି ମହକି ଯିବ


ଅଳସୁଆ ସିନା ସାଜିବ ଗରିବ

ଶୋଇକି କାଟିବ ଦିନ

ପରିଶ୍ରମୀ ପରା ପରିଶ୍ରମ କରି

ରଖିବ ନିଜର ମାନ


ନିଜ ହାତେ ଏଠି ତୁମ ନିଜ ଭାଗ୍ୟ

ନିଜେତ ପାରିବ ଗଢି

ନିଜର ଉଦ୍ୟମେ ସଫଳତା ସିଡ଼ି

ତୁମେ ହିଁ ପାରିବ ଚଢି


ଜୀବନରେ ଏକ ଲକ୍ଷ ରଖି ଯଦି

କରି ଚାଲିଥିବ ଚେଷ୍ଟା

ଗରିବରୁ ଧନୀ ହୋଇବ ନିଶ୍ଚିତ

ରହିଥିବ ଯଦି ନିଷ୍ଠା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational