ଗରିବ
ଗରିବ
ପିନ୍ଧିବା ପାଇଁ ଚିରା ଲେଙ୍କଡା ବସ୍ତ୍ର
ଓଳିଏ ଖାଇଲେ ଦିଓଳି ଉପାସ
ଝୁମ୍ପୁଡି କୁଡିଆ ହେଉ ଅବା ରାସ୍ତାକଡ ତାର ନିବାସ ।
ନା ତା ପାଖେ ଥାଏ ଅର୍ଥବଳ
ନା ତା ପାଖେ ଥାଏ ବାହୁବଳ ।
ନା ତା ପାଇଁ ଥାଏ ସରକାରୀ ସୁବିଧା
ନା କାହାକୁ କହିଲେ କିଏ ବା ଶୁଣେ ତା କଥା ।
ସତେ ଅବା ଅଭିଶପ୍ତ ଜୀବନ ତାର
ମାଡ଼ ହୀନ ଦୃଷ୍ଟି ତା ପାଇଁ ଉପହାର ।
ସୁଖ ଶାନ୍ତି ମଜା ଆନନ୍ଦ ଉଲ୍ଲାସ
ଦୂରେଦେଖି ମାରେ ଦୁଃଖର ନିଶ୍ୱାସ ।
ନୁହେଁ ସେ ସମ୍ମାନର ପାତ୍ର କି ନୁହେଁ ସେ ପସନ୍ଦର ପାତ୍ର
ଅଭାବ ଗରିବ ତା ହିଁ ତାର ଶ୍ରେଷ୍ଠ ଅସ୍ତ୍ର ।