Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Tragedy

2  

Prasant Kumar Nath

Tragedy

ଗରିବ ଘରେ ବର୍ଷା

ଗରିବ ଘରେ ବର୍ଷା

1 min
1.3K


ଖୁବ ଜୋରରେ ବର୍ଷା

ମଝିରେ ମଝିରେ ଗର୍ଜନ କରି

ମାଡି ଆସୁଛି ଘଡଘଡି ।

ଚାଳରୁ ଅବିରତ ପାଣି

ଗଡିବାରେ ଲାଗିଛି ।

ରାସ୍ତାଘାଟ ସବୁ

କାଦୁଅ ଚପର ଚପର

ନଈ ନାଳ ସବୁ

ଉଛୁଳି ପଡ଼ିଲାଣି ।

ପଛପଟ ମାଟି କାନ୍ଥ

ପଡି ଚାଳ ତଳେ ଲାଗିଲାଣି ।

ଅମାନିଆ ପବନଟା ମଝିରୁ ମଝିରୁ

ଛଣ ଉଡେଇ ନେଇଛିଯେ

ଘର ଭିତରେ ବର୍ଷା ।

ଯୁଆଡେ ଦେଖିବ

ବଲତି,ମାଡ଼ିଆ, କଂସା

ଥୁଆ ହୋଇଛି ।

ଚୁଲିରେ ପାଣି ପଶି ଯାଇଛି

ରୋଷେଇବାସ ସବୁ ବନ୍ଦ

ଆଖିର ଲୁହ ସବୁ ବୋହି

ବର୍ଷା ଜଳ ସହ ମିଶି

କୁଆଡେ ମିଳେଇ ଯାଉଛି ।

ସତେ ଯେମିତି ବର୍ଷାଟି

ଦାଉ ସାଜିଛି ଏହି ଗରିବ ଉପରେ ।


Rate this content
Log in

Similar oriya poem from Tragedy