STORYMIRROR

Sambit Srikumar

Tragedy Others

3  

Sambit Srikumar

Tragedy Others

ଗୃହବନ୍ଦୀ ଜୀବନ

ଗୃହବନ୍ଦୀ ଜୀବନ

1 min
219

କେତେ କାଳ ଆଉ ଜୀଇଁବା

ଏମିତି ଡରି ଡରି

ଅସହାୟତାକୁ ଆମର ଦେଖି 

ନିୟତି ହସୁଛି ଥିରି ଥିରି!! 


ବଞ୍ଚି ଥାଉ ଥାଉ ସତେ କି

ଆଉ ଯାଇଛୁ ମରି? 

ସବୁ ସୁଖ ଶାନ୍ତି ଆମର 

କିଏ ଅବା ନେଇଛି ହରି??


ସୁରକ୍ଷିତ ଭବିଷ୍ୟର ଆଶାରେ

ବର୍ତ୍ତମାନଟା ତ ଯାଉଛି ସରି 

ଯେତେ ଯେତେ ବିତୁଛି କାଳ 

ମନରେ ବିଷାଦ ଯାଉଛି ଭରି!! 


ଗୁଜବ କୁତ୍ସା ଆଜି ସତ୍ୟ 

ଉପରେ ପଡୁଛି ଭାରି 

ତୁଛା ଅନିଶ୍ଚିତ ଅବାନ୍ତର 

ଚିନ୍ତାରେ ମନଟା ହେଉଛି ଘାରି!! 


କେତେ ଦିନର ଏ ଜୀବନ? 

କାହିଁ ବା କାହାକୁ ଡର? 

ଜନ୍ମ ମୃତ୍ୟୁ ସତ୍ଯ ଚିରନ୍ତନ 

ଧରାଧାମରେ କିଏ ବା ଅମର?? 


ଜୀବନ ଅଙ୍କର ଯବନିକା 

ଅନ୍ତେ ସଭିଏଁ ତ ଏକାକାର 

ମାଟି ମାଆର କୋମଳ କୋଳରେ 

ଯହିଁ ନାହିଁ କିଛି ବି ବାଛବିଚାର!! 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy