STORYMIRROR

Sisir Panda

Inspirational

3  

Sisir Panda

Inspirational

ଗୃହ

ଗୃହ

1 min
208


ଯହିଁ ଥାଏ ପରସ୍ପର ପ୍ରତି ସମାଦର

ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା

ସେହି ଆମ ଘର ସରଗରଠୁ ସୁନ୍ଦର

କେହି ନ ରଚନ୍ତି କାହାପ୍ରତି କୁମନ୍ତ୍ରଣା।

ଘର ହୋଇଥାଉ ପଛେ ଶଙ୍ଖ ମଲମଲ

ଅନ୍ତରେ ନ ଥିଲେ ଆମ ଶ୍ରଦ୍ଧା,ସୁଭାବନା

ସବୁକିଛି ତୁଚ୍ଛ ଲାଗେ ଥାଇ ଧନ ଦୌଲତ

ସମାଜର ମୂଳାଧାର ଅଟେ ପରିବାରଟା।

ସ୍ନେହ ପ୍ରେମ ଶାନ୍ତି ବହୁ ଦୂରେ ଆଜି ଘରେ

ସ୍ବାର୍ଥ ପାଇଁ ମା,ବାପା ଭାଇ ଭଉଣୀ ପର

ଧନ୍ୟରେ ମାନବ ଏତେ ହୀନ ତୋର ମତି

ନିଜ ମା, ବାପାଙ୍କୁ ବି କରୁଛୁ ହତାଦର।

ଯେଉଁ ଘରେ ଅଟନ୍ତି ସମସ୍ତେ ସୁସଂସ୍କାରି

ବିରାଜୁ ଥାଏ ସେଠି ବିଭୂ କୃପା ଅସୁମାରୀ

ଘରକୁ ମଣିଲେ ସଭିଏଁ ମନ୍ଦିର ସମ

ସମସ୍ତଙ୍କୁ ବାନ୍ଧି ରଖେ ସ୍ନେହଶ୍ରଦ୍ଧାର ଡୋରୀ।

ଘରର ଘରଣୀ ଅଟଇ ତ ଗୃହଲକ୍ଷ୍ମୀ

ଘରର ସଦସ୍ୟଙ୍କୁ ବିତରନ୍ତି ପ୍ରେମ ବାରି

ଗୃହରେ ଯଦି ସଦା ଲାଗୁଥାଏ କଳହ

ଅଶାନ୍ତିରେ ପ୍ରାଣ ଶକ୍ତି ଆମ ଯାଏରେ ସରି।

ଶିଶିର, କଟକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational