STORYMIRROR

Ashok Kumar Pradhan

Tragedy

3  

Ashok Kumar Pradhan

Tragedy

ଗୃହ ବନ୍ଦୀ - 8

ଗୃହ ବନ୍ଦୀ - 8

1 min
11.7K


ନିଝୁମ ରାତିର ସାଥିଟିଏ ପରି

ଆସିଥିଲ ମୋ ଭାବନାରେ ! 

ସ୍ୱପ୍ନର ତାଜମହଲରେ, 

ସଜେଇ ରଖିବି ତୁମକୁ----

ଶାହାଜାହାନ ମୁଁ

          -ମୁମତାଜ ତୁମେ ll


କେବେ କେବେ ମରୁଭୂମିର

ଉତ୍ତପ୍ତ ବାଲି ଚଡାରେ ----

ସକାଳୁ ଅନେକ ବାଟ, 

ଆଗେଇ ଯିବା ପରେ 

ଫେରିବା ଅସମ୍ଭବ ! 

ପ୍ରଖର ରୌଦ୍ରତାପରେ ll


ଶୁଣିଥିଲି ତମେ ମୋ ପାଇଁ, 

ନିଜ ଜୀବନକୁ 

ବାଜି ଲଗାଇ ------

ଶାସ୍ତି ନେବାକୁ ଚାହିଁଥିଲ, 

ନ ପାଇବାର

ବୃଥା ଆଶା କରି ll


ଅଳପ ଦିନର ଗଳ୍ପକୁ 

ସତ କରିବାକୁ ଯାଇ -----

ଆମେ ହାରି ଯିବାନି ତ ? 

କାହିଁକି କେଜାଣି ଏଭଳି, 

ଅସମାହିତ ପ୍ରଶ୍ନ 

ମନରେ ଉଙ୍କି ମାରେ ll


ଚାହୁଁ ଚାହୁଁ ଆଠ ଦିନ 

ବିତି ଗଲାଣି -----

ତମ ବିରହରେ, 

ଏ ଅଘୋଷିତ 

ଗୃହବନ୍ଦୀ ଜୀବନଟା, 

ବଡ ଅସହ୍ୟ

        - ବୋଧେ ll


ତୁମେ ମୋର ଇପ୍ସିତ ଆଶା, 

ପ୍ରେରିତ ପ୍ରେମିକା, 

ବାସର ରଜନୀରେ ମଧୁଚନ୍ଦ୍ରିକା ;

ଅବା, 

ଲିଓନାର୍ଡୋ ଦା ଭିନିସର

             - ମୋନାଲିସା ll 


Rate this content
Log in

Similar oriya poem from Tragedy